Odia News Portal

ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ମିଳିଛି ବିପୁଳ ଜନସମର୍ଥନ

ବିଗତ କିଛିଦିନ ହେଲା ଚର୍ଚ୍ଚାରେ ଥିବା ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା । ଜନସମ୍ପର୍କ ପଦଯାତ୍ରାର ପ୍ରଥମ ଦିନରେ ହିଁ ଗୋପାଳପୁର ନିର୍ବାଚନଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକରେ ମିଳିଛି ଅଭୂତ୍ତପୂର୍ବ ଜନ ସମର୍ଥନ। ଯାହାକି ବିରୋଧୀଙ୍କୁ ହତବାକ୍ କରି ଦେଇଛି। ନିର୍ବାଚନମଣ୍ଡଳୀରେ ଦଳର ନେତୃତ୍ବ ନେଉଥିବା ବିଜେଡି ନେତୃବୃନ୍ଦ ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶ କେତେ ଲୋକପ୍ରିୟ ତାହାର ସୂଚନା ହୋଇଛି।

ଗୋପାଳପୁର ନିର୍ବାଚନମଣ୍ଡଳୀସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ଡ. ଦାଶଙ୍କ ନେତୃତ୍ବରେ ରବିବାର ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକ୍ ପଞ୍ଚମା ମନ୍ଦିରରେ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ବିଜୁ ଜନତା ଦଳ, ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡିର ସହସ୍ରାଧିକ କର୍ମୀ ବେଶ୍ ଉତ୍ସାହର ସହ ଏଥିରେ ସାମିଲ ହୋଇଥିଲେ। ରଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ରଣ୍ଢା ଶିବ ମନ୍ଦିର ପରିସରରେ ପହଞ୍ଚିଥିଲା ପଦଯାତ୍ରା। ସେଠାରେ ରଣ୍ଢା ସରପଞ୍ଚ ଅଜିତ ରାଉଳଙ୍କ ନେତୃତ୍ବରେ ସାଧାରଣ ସଭା ହୋଇଥିଲା। ଡ. ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା ଉଦ୍‌ଘାଟନ କରିଥିଲେ। ସଭାରେ ଉଦ୍‌ବୋଧନ ଦେଇ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଅଧିକ ଟାଣ କରିବାକୁ ଆହ୍ବାନ ଦେଇଥିଲେ। ବିଜେଡି ରାଜ୍ୟବାସୀଙ୍କ ହିତକୁ ସଦାସର୍ବଦା ଗୁରୁତ୍ଵ ଦେଇ ଆସୁଛି। ଏଣୁ ରାଜ୍ୟବାସୀ ବିଜେଡିକୁ ସମର୍ଥନ କରି ପୁଣି ଥରେ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ବିଜୟୀ କରାଇବାକୁ ଆହ୍ବାନ ଦିଆଯାଇ ଥିଲା। ସେହିପରି ତୃଣମୂଳସ୍ତରରୁ ଦଳର ନେତା ଓ କର୍ମୀମାନେ ଲୋକଙ୍କ ଠାରେ ପହଞ୍ଚି ଦଳକୁ ଅଧିକ ସଶକ୍ତ କରାଇବା ଦିଗରେ କାର୍ଯ୍ୟ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।

ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍.ରାଜେଶ୍ଵରୀ ଦୋରା, ବ୍ଲକ୍‌ ଅଧ୍ୟକ୍ଷା ସିଏଚ୍ ଉଷାରାଣୀ, ବ୍ଲକ୍ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ବ୍ଲକ୍ ବିଜେଡି ସଭାପତି ଅଜିତ କୁମାର ଦାସ, ଗୋପାଳପୁର ଏନ୍‌ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ବରିଷ୍ଠ ନେତା ସି.ଏଚ୍.ଭରତ ଓ ଅନ୍ୟ ବହୁ ନେତା ଉପସ୍ଥିତ ଥିଲେ। ପଦଯାତ୍ରା ବେଳେ ଶଙ୍ଖ ଧ୍ଵନୀ ସହ ବାଦ୍ୟବାଜଣାରେ ଗାଁ ସାହି କମ୍ପି ଉଠିଥିଲା। ଉତ୍ସାହର ସହ ବହୁ ବିଜେଡି ଛାମୁଆ ନେତା ଓ କର୍ମୀ ହାତରେ ଦଳୀୟ ପତାକା ଧରି ପରିକ୍ରମାରେ ସାମିଲ ହୋଇଥିଲେ।

ଆଜି ବିରାଟ ପଦଯାତ୍ରା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଦଳ ପ୍ରତି ବିଶ୍ଵାସ ବହୁମାତ୍ରାରେ ବୃଦ୍ଧି ପାଇଛି। ନିଜର ଭଦ୍ର ଓ ନମ୍ର ବ୍ୟବହାର ପାଇଁ ପରିଚିତ ଡ. ଗୋପବନ୍ଧୁ ଦାଶଙ୍କ ପ୍ରତି ବିପୁଳ ଜନସମର୍ଥନ ତାଙ୍କ ସ୍ବଚ୍ଛ ଭାବମୂର୍ତ୍ତି, ଦକ୍ଷ ନେତୃତ୍ବ କୌଶଳ ଆଗରେ ବିରୋଧୀ କିଭଳି ଫିକା ପଡୁଛନ୍ତି ତାହା ଦର୍ଶାଇ ଦେଇଛି। ପଦଯାତ୍ରା ବେଳେ ବିଜେଡି ନେତୃବୃନ୍ଦ ବିଶେଷ କରି ଡ. ଦାଶଙ୍କ ପ୍ରତି ଯେଉଁ ଅଭୁତପୂର୍ବ ସମର୍ଥନ ଦେଖାଦେଇଛି, ଦଳ ଉପରେ ତାଙ୍କ ପ୍ରଭାବ କେତେ ମଜବୁତ ରହିଛି ତାହା ଏବେ ସ୍ଥାନୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।