Odia News Portal

ତେଲେଙ୍ଗାନାରେ ପ୍ରଚାର ଶେଷ, ୩୦ରେ ଭୋଟ୍‌

ତେଲେଙ୍ଗାନା ବିଧାନସଭାର ୧୧୯ ଆସନ ପାଇଁ ଆସନ୍ତା ୩୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟା ୫ଟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ପାଞ୍ଚ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଏକାସାଙ୍ଗରେ ଘୋଷଣା କରାଯାଇଥିବାବେଳେ ତେଲେଙ୍ଗାନାରେ ସବୁ ଦଳକୁ ପ୍ରଚାର ପାଇଁ ସବୁଠାରୁ ଅଧିକ ସମୟ ମିଳିଛି । ଏଥର ନିର୍ବାଚନ ପାଇଁ ମୋଟ ୨୨୯୦ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । କ୍ଷମତାସୀନ ବିଆର୍‌ଏସ୍ (ଭାରତ ରାଷ୍ଟ୍ର ସମିତି) ସମସ୍ତ ୧୧୯ ଆସନରେ ପ୍ରାର୍ଥୀ ଛିଡା କରିଛି । ବିଜେପି ଓ ଜନ ସେନା ମଧ୍ୟରେ ପ୍ରାକ୍ ନିର୍ବାଚନୀ ମେଣ୍ଟ ହୋଇଛି ।

ତଦନୁଯାୟୀ ବିଜେପି ୧୧୧ ଆସନରେ ଏବଂ ଜନ ସେନା ଅବଶିଷ୍ଟ ୮ ଆସନରେ ପ୍ରାର୍ଥୀ ଛିଡା କରିଛନ୍ତି । ଅପରପକ୍ଷରେ କଂଗ୍ରେସ ୧୧୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସହଯୋଗୀ ସିପିଏମକୁ ଗୋଟିଏ ଆସନ ଛାଡିଦେଇଛି । ଆସାଉଦ୍ଦିନ ଓୱେସିଙ୍କ ନେତୃତ୍ୱାଧୀନ ଏଆଇଏମ୍‌ଆଇଏମ୍ ହାଇଦ୍ରାବାଦ ସହରର ସମସ୍ତ ୯ ଆସନରେ ପ୍ରାର୍ଥୀ ଦେଇଛି । ଏଠାରେ ବିଆରଏସ୍‌କୁ ଗାଦିଚ୍ୟୁତ କରି ସରକାର ଗଠନ କରିବାକୁ ଉଭୟ କଂଗ୍ରେସ ଓ ବିଜେପି ଅଣ୍ଟା ଭିଡିଛନ୍ତି ।