Odia News Portal

ଦାମୋଦରଙ୍କ ପରିବାରକୁ ଗଲା ବିଜେଡି ଟିକେଟ

ସ୍ବର୍ଗତ ଦାମୋଦର ରାଉତଙ୍କ ପରିବାରକୁ ଗଲା ବିଜେଡି ଟିକେଟ। ପାରାଦୀପ ବିଧାନସଭା ଆସନ ପାଇଁ ତାଙ୍କ ବୋହୂ ତଥା ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ ମିଳିଛି। ପାରାଦୀପ ନିର୍ବାଚନମଣ୍ଡଳୀ ଗଠନ ହେବା (୨୦୦୯ ମସିହା)ଠାରୁ ଦାମ ରାଉତଙ୍କ ପରିବାର ହାତରେ ଆସନ ରହିଆସିଥିଲା। ୨୦୦୯ ଓ ୨୦୧୪ରେ ସ୍ବର୍ଗତ ଦାମୋଦର ରାଉତ ନିର୍ବାଚିତ ହୋଇଥିବା ବେଳେ ୨୦୧୯ରେ ସ୍ବର୍ଗତ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ।

ତେବେ, ଚଳିତଥର ଏହିଆସନରେ ଦାମ ରାଉତଙ୍କ ପରିବାରର କାହାକୁ ପ୍ରାର୍ଥୀ ନ କରିବା ପାଇଁ ଅସନ୍ତୁଷ୍ଟମାନେ ଖୋଲାଖୋଲି ଦାବିକରି ଆସୁଥିଲେ। ‌ଶେଷରେ ଦଳର ‌ନିଷ୍ପତ୍ତି ସେମାନଙ୍କ ପାଇଁ ଧକ୍କା ହୋଇଛି।

ଟିକେଟ ପାଇବା ପରେ ଗୀତାଞ୍ଜଳି କହିଛନ୍ତି, ମୋ ଶ୍ୱଶୁର ଆଉ ନାହାନ୍ତି। ସେ ପାରାଦୀପ ପାଇଁ ବହୁତ କିଛି କରିଥିଲେ। ଗତ ୫ ବର୍ଷ ଧରି ମୋ ସ୍ୱାମୀ ମଧ୍ୟ ପାରାଦୀପର ବିଧାୟକ ଅଛନ୍ତି। ମୁଁ ବହୁ ଭୋଟ୍ ବ୍ୟବଧାନରେ ଜିତିବି ବୋଲି ବିଶ୍ୱାସ ଅଛି। କାରଣ ପାରଦୀପବାସୀଙ୍କର ମୋ ଉପରେ ଓ ମୋ ସ୍ୱାମୀଙ୍କ ଉପରେ ବିଶ୍ୱାସ ଅଛି। ଯେକୌଣସି ଚ୍ୟାଲେଞ୍ଜ ଆସିବ, ମୁଁ ତା’ର ସମ୍ମୁଖୀନ ହୋପାରିବି ବୋଲି ଆଶା ଅଛି। ୨୦୦୯ ଓ ୨୦୧୪ରେ ଦାମୋଦର ରାଉତ ପାରଦୀପ ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ୨୦୧୯ରେ ତାଙ୍କ ପୁଅ ସମ୍ବିତ ରାଉତରାୟ ଏହି ଆସନରୁ ବିଜେଡି ଟିକେଟରେ ଜିତିଥିଲେ।