Odia News Portal

ଦୁର୍ଘଟଣାରେ ତିନି ବାଇକ୍ ଆରେହୀଙ୍କ ମୃତ୍ୟୁ

ଏମିତି ବି ଆସେ ମୃତ୍ୟୁ। ଝିଅର ଦେହ ଖରାପ କଥା ଶୁଣି ରାତାରାତି ଧାଇଁ ଆସୁଥିଲା ବାପା । ସାଙ୍ଗରେ ଥିଲେ ଦୁଇ ବନ୍ଧୁ । କେମିତି ଘରେ ପହଁଚିବେ, ଆଉ ଅଲିଅଳି ଝିଅକୁ ନେଇ ଡାକ୍ତରଖାନାକୁ ଚେକଅପ୍ ପାଇଁ ଯିବେ। ମନଖାଲି ଘାଣ୍ଟି ହେଉଥିଲା ତାଙ୍କର। ହେଲେ କିଏ ଜାଣିଥିଲା ବାଟରେ ଜଗିବସିଥିଲା ମୃତ୍ୟୁ। ଆଖି ପିଛୁଳାକେ ମାଡିଆସିଲା ଆଉ ତିନି ତିନୋଟି ଜୀବନ ଅଳାକରେ ନେଇ ଚାଲିଗଲା।
ଏଭଳି ଏକ ଦୁଃଖଦ ଘଟଣା ଏବେ ସମଗ୍ର ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ମୁତାବକ, ଭଦ୍ରକ ବ୍ଲକ ଅଧିନସ୍ଥ ଚଣ୍ଡୀଗାଁର ଦୁଃଶାସନ ମହାପାତ୍ର ଝିଅ ଦେହ ଅସୁସ୍ଥ ଥିବା କଥା ଶୁଣି , ବାସୁଦେବ ପୁର ବ୍ଲକ ଏଡ଼ତାଳ ଗ୍ରାମର ପ୍ରକାଶ ଦଳେଇ ଓ ଦୈତାରୀ ବେହେରାଙ୍କ ସହ ଧାମରାରୁ ଏକ ବାଇକ୍ ରେ ଘରୁକୁ ଫେରୁଥିଲେ। ଆଉ କିଛି ବାଟ ଯାଇଥିଲେ ଘରେ ପହଁଚିଥାନେ୍ତେ।ହେଲେ ଭଦ୍ରକ ସାବରଙ୍ଗ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା।
ଯାହାଫଳରେ ୩ଜଣ ଆରୋହି ରାସ୍ତା କଡକୁ ଛିଟିକି ପଡିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ଖବର ପାଇ ସାବରଙ୍ଗସ ପୋଲିସ ୩ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହେଲେ ମେଡିକାଲରେ ଆଉ ଦୁଇ ଜଣ ଆଖି ବୁଜିଥିବା ସୂଚନା ମିଳିଛି।
ତେବେ ଏହି ଅଘଟଣ ପରେ ପରିବାର ସହ ସମଗ୍ର ଅଞ୍ଚଳରେ ଏକ ପ୍ରକାରର ଶୋକାକୂଳ ପରିବେଶ ସ୍ରୁଷ୍ଟି ହୋଇଛି। ଅନ୍ୟପଟେ ଧକ୍କା ଦେଇ ଫେରାର ହୋଇଥିଲା ଟ୍ରକ୍ କୁ ଧରିବା ପାଇଁ ପୋଲିସ୍ ଅଧିକ ତଦନ୍ତ ଆରମ୍ଭ କରିଛି ।