Odia News Portal

ନିର୍ବାଚନ ଲଢିବିନି: ପ୍ରଶାନ୍ତ

ବିଜେଡି ଛାଡ଼ି ନିକଟରେ ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେ୍ଧବ କେଉଁ ଆସନରୁ ନିର୍ବାଚନ ଲଢିବା ପାଇଁ ଇଚ୍ଛା ରଖିଥିଲେ ସେ ସମ୍ପର୍କରେ ଆଜି ସେ ମୁହଁ ଖୋଲିଛନ୍ତି । ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବା ପାଇଁ ଇଚ୍ଛା ଥିଲା ବୋଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଧବ କହିଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହିଞ୍ଜିଳିରୁ ଲଢିବାକୁ ଚାହୁଁଥିଲି । ଦଳ ମୋତେ ହିଞ୍ଜିଳିରୁ ପ୍ରାର୍ଥୀ କଲାନି । ମୁଁ ଏଥର ଲଢିବିନି । ନିର୍ବାଚନ ଲଢିବିନି । କିନ୍ତୁ ବିଜେଡିକୁ ହଟାଇବାକୁ ମୁଁ ସହିଦ ହେବାକୁ ପ୍ରସ୍ତୁତ ବୋଲି ପ୍ରଶାନ୍ତ କହିଛନ୍ତି ।

ସେହିପରି ଗତକାଲି ଛଣଗିରି ଘଟଣାକୁ ନେଇ ପ୍ରଶାନ୍ତ କହିଛନ୍ତି ଯେ ସେଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରିବା ପାଇଁ କିଛି ଲୋକଙ୍କୁ ନିୟୋଜିତ କରାଯାଇଥିଲା । କିଛି ଲୋକଙ୍କୁ ଟଙ୍କା ଦେଇ  ଅପରାଜିତାଙ୍କୁ ହଇରାଣ କରିବାକୁ କୁହାଯାଇଥିଲା । ଜଣେ ଯୁବକ ମୋବାଇଲରେ ସୁଟିଂ କରୁଥିଲେ, ମୁଁ ଅଟକାଇଥିଲି ବୋଲି ପ୍ରଶାନ୍ତ କହିଛନ୍ତି ।