Odia News Portal

ପ୍ରଚାର ମଇଦାନରେ ପ୍ରଣବ ପ୍ରକାଶ

ପ୍ରଚାର ମଇଦାନରେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସକାଳୁ ସକାଳୁ ସମେଲେଇ ମନ୍ଦିରରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ପ୍ରଣବ । ଶହଶହ କର୍ମୀ ଓ ଜନସାଧାରଣଙ୍କ ସହ ବିଶାଳ ପଦଯାତ୍ରାରେ ସେ ମନ୍ଦିରକୁ ଯାଇଥିଲେ । ଜନସାଧାରଣ ପ୍ରଣବଙ୍କୁ ସ୍ବାଗତ କରିବା ସହ ବାଜାବାଣରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା । ଏହାପରେ ପ୍ରଣବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ।

ନିର୍ବାଚନ ପାଇଁ ମାଆଙ୍କଠାରୁ ଆଶିଷ ନେଇ ଲୋକଙ୍କ ପାଖକୁ ଯାଇଥିଲେ । ଦୁଆର ଦୁଆର ବୁଲି ଲୋକଙ୍କ ନିକଟତର ହୋଇ ନିର୍ବାଚନ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରଣବ । ସବୁ ବର୍ଗର ଲୋକ ପ୍ରଣବଙ୍କୁ ପାଛୋଟି ନେବା ସହ ମହିଳାମାନେ ଫୁଲ ପକାଇ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତି ପ୍ରଣବଙ୍କ ପ୍ରତି ସମ୍ବଲପୁରର ଭଲପାଇବାକୁ ପ୍ରତିପାଦିତ କରୁଥିଲା ।

ସାହି ସାହି ବୁଲିବା ସହ ଗାଁ କୋଠ ଘରେ ପ୍ରଣବ ବସି ଲୋକଙ୍କ ଭଲମନ୍ଦ ବୁଝିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରଣବ ପ୍ରତିଶୃତି ଦେଇଥିଲେ । ଏହାପରେ ମାଆମାନଙ୍କୁ ଭେଟି ସୁବିଧାଅସୁବିଧା ପଚାରି ବୁଝିଥିଲେ ପ୍ରଣବ । ପ୍ରଣବ କହିଛନ୍ତି, ସମ୍ବଲପୁରର ଆଦର ମୋତେ ଅବିଭୂତ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ବଲପୁରବାସୀ ଗ୍ରହଣ କରି ସମର୍ଥନ ଅଜାଡ଼ି ଦେଉଛନ୍ତି । ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଉଚିତ ସମ୍ମାନ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଣବ ।