Odia News Portal

ପ୍ରାର୍ଥିପତ୍ର ଦାଖଲ ପାଇଁ ଗଲେ ମନମୋହନ ସାମଲ ,ଗଣେଶ୍ୱର ବେହେରା, ଅତନୁ ସବ୍ୟସାଚୀ ଓ ଆକାଶ ଦାସ

 ଆଜି ପବିତ୍ର ଅକ୍ଷୟତୃତୀୟାରେ ନାମାଙ୍କନ ଦାଖଲ କରିବେ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି । ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସ୍ରେ ପହଞ୍ଚିଛନ୍ତି ଅଂଶୁମାନ । ଏହି ନାମାଙ୍କନ ରାଲି ଗରାପୁରରୁ ବାହାରି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍ ପଯ୍ୟନ୍ତ ଯାଇଥିଲା । ଏଥିରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ । ଅଂଶୁମାନଙ୍କ ସହ ଧ୍ରୁବ ସାହୁ ମଧ୍ୟ ସାମିଲ ଥିଲେ ।

ସେପଟେ ବିଜେପି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ନାମାଙ୍କନ ପୂର୍ବରୁ ତିନି ମୁହାଣ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ବିରାଟ ବାଇକ୍ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ ବାହାରିଛନ୍ତି । ବୈଜୟନ୍ତଙ୍କ ନାମାଙ୍କନ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକ ସାମିଲ ହୋଇଛନ୍ତି ।  ଚାନ୍ଦବାଲି ବିଜେପି ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବିଶାଳ ପଟୁଆରରେ  ନାମାଙ୍କନ ଦାଖଲ ପୂର୍ବରୁ ଚାନ୍ଦବାଲି ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମା’ଙ୍କ ଆଶୀର୍ବାଦ ପରେ ନାମାଙ୍କନ ଦାଖଲ ପାଇଁ ବାହାରିଛନ୍ତି ମନମୋହନ ସାମଲ । ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିବେ ମନମୋହନ ।

ମୟୁରଭଞ୍ଜ ସାରସକଣା ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ହେଭିୱେଟ୍ ନେତ୍ରୀ ତଥା ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ । ଏହି ଅବସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜେଏମଏମ ବିଧାୟକ ପ୍ରାର୍ଥୀ ସୁନାରାମ ସୋରେନ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ମହୁଲଡିହା ପଡିଆରେ ଏକ ଜନସଭାର ଆୟାଜନ କରାଯାଇଥିଲା । ଅନେକ ସମର୍ଥକ ଏହି ଜନସଭାରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବାନ୍ନାଗୁପ୍ତା, ଷ୍ଟ୍ରାର ପ୍ରଚାରକ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ମଧ୍ୟ ଜନସଭାରେ ଉପସ୍ଥିତ ଥିଲେ । ସାଧାରଣ ସଭାରେ ଝାଡଖଣ୍ଡରୁ ଆସିଥିବା ଇଣ୍ଡିଆ ମେଂଟର ହେଭିୱେଟ ନେତାମାନେ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ।