Odia News Portal

ଫୁଲବାଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭା, ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ଆହ୍ବାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଷ୍ଟାଡିୟମ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି। ଗତ ୨୫ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରୀ ରହିଥିବା ସହ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଷଷ୍ଠ ଥର ପାଇଁ ବିଜେଡିକୁ କ୍ଷମତାକୁ ଆଣିବା ପାଇଁ ଆହ୍ଵାନ ଦେଇଥିଲେ ନବୀନ।

୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସମ୍ବୋଧନ ଦେଇ ନବୀନଙ୍କୁ ବିକାଶ ପୁରୁଷ ବୋଲି ଅଭିହିତ କରିଥିଲେ। ବିରୋଧୀ ଦଳ ମାନଙ୍କ ପ୍ରତି କଟାକ୍ଷ କରି ସେମାନେ କେବଳ କଥାରେ କୁହନ୍ତି, ନବୀନ ପଟ୍ଟନାୟକ କାମ କରି ଦେଖାନ୍ତି ବୋଲି କହିଥିଲେ ପାଣ୍ଡିଆନ। ବିଜେପି ୨୦୧୪ରେ ଦେଇଥିବା କୌଣସି ପ୍ରତିଶ୍ରୁତି ପାଳନ କରିନାହିଁ ବୋଲି ସେ କହିଥିଲେ। ଏହି ଜନସଭାରେ କନ୍ଧମାଳ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସହିତ ସମସ୍ତ ସାତଟି ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନେ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ବିଜେଡି ସଭାପତି ଅଙ୍ଗଦ କହଁର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।