Odia News Portal

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ

ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ କରାଯିବ । ଏଥିପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିବା ସୂଚନା ଦିଆଯାଇଛି ।

ସେହିପରି ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଫେବ୍ରୁଆରୀ ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିପାରିବେ । ୨୭ରେ ମତଦାନ ଆରମ୍ଭ ହେବାକୁ ଥିବାବେଳେ ସକାଳ ୯ଟାରୁ ଅପରାହ୍ଣ୪ଟା ଯାଏ ଚାଲିବ ଭୋଟିଂ ।
ତେବେ ୧୫ଟି ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ହେବ। ଯେଉଁଥିରେ ଓଡ଼ିଶାର ୩ଟି ଆସନ ରହିଛି । ଏପ୍ରିଲ ୩ରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ୟ୍ୟକାଳ ସରିବ । ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବଙ୍କ କାର୍ୟ୍ୟକାଳ ଶେଷ ହେଉଛି । ତେବେ ସଂଖ୍ୟା ଦୃଷ୍ଟିରୁ ଏହି ୩ଟି ଆସନ ବିଜେଡି ଖାତାକୁ ଆସିବ ।
ହେଲେ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ନଜର ରହିଛି । ଆଗକୁ ରହିଛି ସାଧାରଣ ନିର୍ବାଚନ । ସୁତରାଂ ଏହି ନିର୍ବାଚନର ଗୁରୁତ୍ୱ ବୃଦ୍ଧି ପାଇଛି।