Odia News Portal

ବିଜୁ ଶ୍ରମିକ ସାମ୍ମୁଖ୍ୟର ଗଣସମ୍ମିଳନୀରେ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିବେ ପାଣ୍ଡିଆନ

ରବିବାର ଭୁବନେଶ୍ୱର ୟୁନିଟ୍‌‌-୬ ଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଗଣସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ‘୫-ଟି’ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମଗ୍ର ରାଜ୍ୟରୁ ଆସିଥିବା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିବା କାର୍ୟ୍ୟକ୍ରମ ରହିଛି। କାର୍ୟ୍ୟକ୍ରମରେ ସମଗ୍ର ରାଜ୍ୟରୁ ଆସିଥିବା ୨୦୦୦ରୁ ଅଧିକ କର୍ମକର୍ତ୍ତାମାନଙ୍କୁ ଶ୍ରୀ ପାଣ୍ଡିଆନ୍‌‌ ସମ୍ବୋଧିତ କରିବେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବନିମ୍ନ ମଜୁରିରେ ୧୦୦ ଟଙ୍କା ବୃଦ୍ଧି କରିଥିବାରୁ ୧ କୋଟିରୁ ଅଧିକ ଶ୍ରମିକ ଉପକୃତ ହେଉଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ଶ୍ରମିକ ଉପକୃତ ହେବେ। ଅପରପକ୍ଷେ ସାମ୍ମୁଖ୍ୟ ଅଧୀନରେ ଥିବା କର୍ମଜୀବୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିବା ବେଳେ ଅଣସଂଗଠିତ କ୍ଷେତ୍ରରେ କାର୍ୟ୍ୟରତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉଛି। ଦୁର୍ଘଟଣା ଓ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଉଛି। ସେହିପରି ଅଙ୍ଗନାବଡ଼ି କର୍ମୀଙ୍କ ଦରମା ୧୦ ହଜାର ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୭୨୫୦ ଏବଂ ସହାୟିକାମାନଙ୍କ ଦରମା ୫୦୦୦ ଟଙ୍କାକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।