Odia News Portal

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ

ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ବରୀ ପାଣିଗ୍ରାହୀ । ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ଦଳର ଟାଣୁଆ ନେତ୍ରୀ ରାସେଶ୍ବରୀ ପାଣିଗ୍ରାହୀ ଛାଡିଲେ ବିଜେଡି। ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ସଂଗଠନ ସଭାପତିଙ୍କ ଜରିଆରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ।

ସେ ଟିକେଟ ଆଶାୟୀ ଥିଲେ, ବିଜେଡିରୁ ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ହୋଇ ରାସେଶ୍ବରୀ ଦଳରୁ ଇସ୍ତଫା ଦେଇଛନ୍ତି।

ଦଳ ରୋହିତ ପୂଜାରୀଙ୍କୁ ଟିକଟ ଦେବା ପରେ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି । ରାସେଶ୍ବରୀ ଆସନ୍ତା କିଛି ଦିନରେ ବିଜେପିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ହେଉଛି । ୨୦୧୪ରୁ ୨୦୧୯ ଯାଏଁ ରାସେଶ୍ବରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟରେ ବିଧାୟକ ଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ ।

ଚଳିତ ନିର୍ବାଚନରେ ସେ ସମ୍ବଲପୁର ଆସନରୁ ଟିକଟ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କୁ ଅଣଦେଖା କରି ରୋହିତ ପୂଜାରୀଙ୍କୁ ଟିକଟ ଦେଇଛି। ପଶ୍ଚିମ ଓଡ଼ିଶାର ଟାଣୁଆ ନେତ୍ରୀ ଭାବେ ପରିଚିତ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବିଜେଡି ଛାଡ଼ିବା ଦଳ ପାଇଁ ମହଙ୍ଗା ପଡ଼ିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ଏବେ