Odia News Portal

ବିଜେଡିରେ ମିଶିଲେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା

ଜଗତସିଂହପୁର ଜିଲ୍ଲାର କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି । ସେ ବର୍ତ୍ତମାନ ପାରାଦ୍ୱୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି । ତାଙ୍କ ସମର୍ଥନରେ ଜିତିଥିବା ୭ ସ୍ୱାଧୀନ କାଉନସିଲର ବି ବିଜେଡିରେ ଯୋଗ ଦେଇଛନ୍ତି ।

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ମୋନିଦୀପା ଦଳରେ ସାମିଲ ହୋଇଛନ୍ତି ।
ବିଜେଡିରେ ସାମିଲ ହେବା ପରେ ମୋନିଦୀପା କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ । ତାଙ୍କ କାର୍ଯ୍ୟଧାରା ଓ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଛନ୍ତି ।