Odia News Portal

ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରିଛି । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ବିଜେଡିରେ ମିଶିଛନ୍ତି ।

ଭୁବନେଶ୍ୱରସ୍ଥ ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବର୍ଷା ବିଜେଡିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରୁଥିବା ନଜର ଆସିଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ବର୍ଷା ମଧ୍ୟ ବିଜେଡି ପାଇଁ ପ୍ରଚାର କରିଥିଲେ । ହେଲେ ଏବେ କିନ୍ତୁ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ବିଜେଡିରେ ସାମିଲ ହେଇ ବର୍ଷା କହିଛନ୍ତି, ସେ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍, ତାଙ୍କ ପାଇଁ ସେ ଗୋଟିଏ ସିନେମା ମଧ୍ୟ କରିଛି । ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ । ମୁଖ୍ୟମନ୍ତ୍ରୀ କଥାରେ କମ୍ ଓ କାମ ବେଶି କରନ୍ତି । ତା ଛଡା ସେ କାହା ବିରୋଧରେ ମଧ୍ୟ କୁହନ୍ତିନି, ତାଙ୍କ କାମ ହିଁ କଥା କୁହେ । ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦୀ ବୋଲି ବିଜେଡିରେ ସାମିଲ ହେଇ ବର୍ଷା କହିଛନ୍ତି ।