Odia News Portal

ବିଜେଡିରେ ମିଶିଲେ ରାମ ଚନ୍ଦ୍ର ପାଙ୍ଗି

 ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗି। ସେହିପରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ। ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ, ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲା, ପର୍ଶୁରାମ ପାଙ୍ଗି, ଦାଶରଥୀ ଖାଲ ମଧ୍ୟ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ଅନ୍ୟମାନଙ୍କ ମଧ୍ୟରେ ପୋଟାଙ୍ଗୀ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ।ପ୍ରଫୁଲ୍ଲ ପାଙ୍ଗି କହିଥିଲେ, ଏହା ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖି ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି। ୨୦୦ ରୁ ଅଧିକ କର୍ମୀ ମିସିଛନ୍ତି। ୨୦୨୪ ନିର୍ବାଚନରେ ପୋଟାଙ୍ଗୀରେ ବିଜେଡି ସୁଦୃଢ ହେବ।

ରାମ ଚନ୍ଦ୍ର ପାଙ୍ଗି କହିଥିଲେ, ପ୍ରଫୁଲ୍ଲ ପାଙ୍ଗି ମୋ ପୁତୁରା । ମୁଁ ୨୦୧୭-୧୯ ଯାଏଁ ବିଜେପିର ସଂଗଠନ କଲି। ବିଜେପି ସଂଗଠନ ନଥିଲା। ନିଜେ ଖର୍ଚ୍ଚ କରି ସଂଗଠନ କଲି। ମତେ କାଟିକି ନୂଆ ପ୍ରାର୍ଥୀ ଦେଲା ବିଜେପି। ଯାହା ଦୁଃଖ ଲାଗିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ ନିର୍ମଳ ଭାବମୂର୍ତ୍ତି ସହ ପ୍ରଫୁଲ୍ଲ ପାଙ୍ଗିଙ୍କ ପରାମର୍ଶରେ ବିଜେଡିରେ ସାମିଲ ହୋଇଥିବା ସେ କହିଛନ୍ତି। ଆମେ ବିଜେଡିରେ ମିଶି କାମ କରିବୁ ବୋଲି କହିଛନ୍ତି।