Odia News Portal

ବିଜେଡିରେ ସାମିଲ ହେଲେ ଖଡ଼ିଆଳ ବିଧାୟକ ଅଧୀରାଜ 

 କଂଗ୍ରେସରୁ ଇସ୍ତଫା ଦେଇଥିବା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଶତାଧିକ ସମର୍ଥକଙ୍କ ସହ ଦଳରେ ମିଶିଛନ୍ତି ଅଧୀରାଜ । ସୂଚନାଯୋଗ୍ୟ ଯେ, ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଖଡ଼ିଆଳ ବିଧାୟକ। ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଟାଣୁଆ ନେତା କଂଗ୍ରେସ ଛାଡୁଥିବାରୁ ଦଳ ପାଇଁ ଚିନ୍ତାର କାରଣ ହୋଇଛି।