Odia News Portal

ଭବାନୀପାଟଣାରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର, ଯୋଡିଶଙ୍ଖରେ ଭୋଟ୍ ଦେବାକୁ କଲେ ଅପିଲ୍

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଡିଶଙ୍ଖରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ନବୀନ ।

ଏହାପରେ ନୂଆପଡା ଜିଲ୍ଲାର ଖଡିଆଳରେ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି ନବୀନ ।

ଆରମ୍ଭରୁ ଆପଣମାନେ ଭଲ ଅଛନ୍ତି କି ପଚାରିଲେ ମୁଖ୍ୟମନ୍ତ୍ରୀ । BSKY, ମମତା ଯୋଜନା ଭଲ କି ପଚାରିଲେ । 5T ସ୍କୁଲ ରୂପାନ୍ତରିକରଣ ଭଲ ଲାଗୁଛି କି ପଚାରିଲେ । ଲକ୍ଷ୍ମୀ ବସ୍ ଯୋଜନା ଭଲ ଲାଗୁଛି କି ପଚାରିଲେ । ଚାଷୀଙ୍କ କାଳିଆ ଯୋଜନା ଭଲ ଲାଗୁଛି କି ନାହିଁ ପଚାରିଲେ ।ବିରୋଧୀ ମିଛ ପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୋତେ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । BJD ସାଂସଦ ଓ ବିଧାୟକଙ୍କୁ ଭୋଟ୍ ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।