Odia News Portal

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ବିଳନୀରେ ସୂଚନା

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ବିଳନୀ । ସମ୍ବିଳନା କରି କହିଛନ୍ତି ବିଜେପି ସରକାର ଆସିବା ପରେ କେଉଁ ସବୁ ଯୋଜନା ଆରମ୍ଭ ହେବ । ବିଜେପି ସରକାରକୁ ଆସିଲେ ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଆପୁର୍ତ୍ତି ଯୋଜନା ଆରମ୍ଭ ହେବ । ବିଜେପି ସରକାର ହେଲେ ମଧ୍ୟ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡି଼ଶାରେ ୩ଟି କ୍ୟାନସର ହସ୍ପିଟାଲ ହେବ । ସବୁ ସୁଗାର ମିଲ ଖୋଲିବ ।

ଅଢେଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡିଶାକୁ ଆଣିବ ବିଜେପି । ୩ ଟି ଟେକ୍ସଟାଇଲ ମିଲ ଆଉ ୭ ଟା ସ୍ପିନି ମିଲ ବିଜେଡି ବନ୍ଦ କରିଛି ବିଜେପି ସରକାରକୁ ଆସିଲେ ଏସବୁ ଖୋଲିବ । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ଦେବ ବିଜେପି ସରକାର. । ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ପାଇଁ ସୁଗମ ଯୋଜନା ଆରମ୍ଭ କରିବ ବିଜେପି ସରକାର. ।ବିଜେପି ସରକାର କୁ ଆସିଲେ ୧୮ ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା ।

ଅଙ୍ଗନବାଡି ଦିଦିଙ୍କର ମାସିକ ଦରମା ୧୨୦୦୦ ଓ ହେଲପରଙ୍କ ଦରମା ୮୦୦୦ କୁ ବଢାଇବ ବିଜେପି । ମୁଁ ମେଧାବୀ ଝିଅ ଯୋଜନାରେ ଝିଅ ଜନ୍ମ ହେଲେ ୨ ଲକ୍ଷ ଟଙ୍କା ମିଳିବ । ସୁଭଦ୍ରା ଯୋଜନାରେ ୫୦ ହଜାର ର କ୍ୟାସ ଭାଉଚର ମହିଳାଙ୍କୁ ଦେବ ବିଜେପି ସରକାର । ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଆକୃତି ସଂଯୋଜନା ଆରମ୍ଭ ହେବ ।