Odia News Portal

ମୋକିମଙ୍କୁ ଜାମିନ୍

ଓଏଚଆରଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ। ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ । ମୋକିମଙ୍କୁ ୩ବର୍ଷ ଦଣ୍ଡାଦେଶ କରିଥିଲେ ଭିଜିଲାନ୍ସ କୋର୍ଟ ।
ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହା ଭିତରେ ତାଙ୍କୁ ଗିରଫ କରିବାକୁ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି । ତେବେ ଜାମିନ ପରେ ବି ନିୟମ ଅନୁସାରେ ନିର୍ବାଚନ ଲଢିପାରିବେ ନାହିଁ ମୋକିମ୍ ।