Odia News Portal

ମୟୂରଭଞ୍ଜରେ ସରଗରମ ନିର୍ବାଚନୀ ମାହୋଲ; ବିଜେଡିର ଆଶୀର୍ବାଦ ସମାରୋହ

ମୟୂରଭଞ୍ଜ ଜିଲ୍ଲାରେ ସରଗରମ ହୋଇ ଉଠିଛି ନିର୍ବାଚନୀ ମାହୋଲ। ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରଚାର ପ୍ରସାର ଜୋର ଧରିଥିବାବେଳେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ମଧ୍ୟ ଉଠୁଛି ପଡୁଛି। ଆଜି ବିଜେଡି ତରଫରୁ ଆଶୀର୍ବାଦ ସମାରୋହ ନାମରେ ଏକ ବିରାଟ କର୍ମୀ ସମ୍ମିଲଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ହୋଇଥିବା ବାଙ୍ଗିରିପୋଷି ବିଧାୟକ ତଥା ଗଣଶିକ୍ଷା ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ତାଙ୍କ ସହଧର୍ମିଣୀ ବିଧାୟିକା ପ୍ରାର୍ଥୀ ରଞ୍ଜିତା ମାର୍ଣ୍ଡି ଏଥିରେ ଯୋଗଦେଇ ବାଙ୍ଗିରିପୋଷି ଜନତାଙ୍କଠାରୁ ନିଜର ଆଶୀର୍ବାଦ ଲୋଡିଛନ୍ତି।

ଯୋଡି ଶଙ୍ଖ ମାଧ୍ୟମରେ ଉଭୟଙ୍କୁ ଜୟ ଯୁକ୍ତ କରି ସମଗ୍ର ମୟୂରଭଞ୍ଜ ଜିଲ୍ଲା ସମେତ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଙ୍କ ସେବା ପାଇଁ ପୁଣିଥରେ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। କେବଳ ସ୍ୱାମୀ ସ୍ତ୍ରୀ ନୁହଁ ଦରକାର ପଡିଲେ ମୋ ପୁରା ପରିବାରକୁ ମୟୂରଭଞ୍ଜର ଉନ୍ନତି ଏବଂ ବିକାଶ ପାଇଁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ବୋଲି ସୁଦାମ ମାର୍ଣ୍ଡି ନିଜ ବକ୍ତବ୍ୟ ରଖିଥିଲେ। ସେହିପରି ବାଙ୍ଗିରିପୋଷି ଅଞ୍ଚଳର ବିକାଶ ଦିଗରେ ସ୍ୱାମୀଙ୍କ ପଥ ଅନୁସରଣ କରି କାର୍ଯ୍ୟ କରିବେ ବୋଲି ରଞ୍ଜିତା ମାର୍ଣ୍ଡି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରସା କରିଥିବାରୁ ତାଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।