Odia News Portal

ରାଜଧାନୀରେ ମାତିଲେ ଚୋର କାନ୍ଥ ଭାଙ୍ଗି କରିଲେ ଲୁଟ୍

ବାଲିଅନ୍ତା ଥାନା ପାରିବାସୁଦେଇପୁର ଗ୍ରାମରୁ ଛେଳି ଚୋରି ହୋଇଛି । ଶନିବାର ବିଳମ୍ବିତ ରାତିରେ ଗ୍ରାମର କୈଳାସ ବେହେରାଙ୍କର ଗୁହାଳ କାନ୍ଥ ଭାଙ୍ଗି ୨୫ ଗୋଟି ଛେଳି କରି ନେଇଛନ୍ତି ଦୁବୃତ୍ତ । ଚୋରି ଯାଇଥିବା ଛେଳିର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ । ଶନିବାର ବିଳମ୍ବିତ ରାତିରେ ଗୁହାଳ କବାଟ ବନ୍ଦ କରି କୈଳାସ ଘରେ ଶୋଇଥିଲେ । ଭୋରରୁ ଦେଖିବାରୁ ଜଣାପଡିଥିଲା ଯେ, ଗୁହାଳ କାନ୍ଥ ଭାଙ୍ଗିଯିବା ସହ ଗୁହାଳରୁ ୨୫ ଗୋଟି ଛେଳି ଚୋରି ଯାଇଛି ।
ଏହା ସହ ଏକ ପୋଷା କୁକୁରର ଗୋଡକୁ ମଧ୍ୟ ହାଣି ଦେଇଛନ୍ତି ଦୁର୍ବୃତ୍ତ । ପୂର୍ବରୁ ମଧ୍ୟ କୈଳାସଙ୍କର ଛେଳି ଚୋରି ପାଇଁ ଉଦ୍ୟମ ହୋଇଛି । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଂଚଳରେ ଛେଳି ମେଣ୍ଢା ଚୋରି ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ପ୍ରତି ସପ୍ତାହରେ ଏଭଳି ଘଟଣାମାନ ସାମ୍ନାକୁ ଆସୁଛି । ହସଂପାଳ ଅଭୟ ମୁଖି ରାସ୍ତାରେ ପୋଲିସ ପାଟ୍ରୋଲିଂଙ୍କୁ କଡାକଡି କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।