Odia News Portal

ରାଜ୍ୟରେ ୧୮୩ ଜଣ କୋରୋନା ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ଏମାନଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୩୦ ଜଣ ଥିବାବେଳେ ସଙ୍ଗରୋଧରୁ ୧୦୮ ଜଣ ଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୫ ଜଣ ଚିହ୍ନଟ ହୋଇଛନ୍ତି |ସମୁଦାୟ ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୯୯ଜଣ, କଟକରୁ ୧୩ଜଣ, ଦେବଗଡରୁ ୮ଜଣ, ଷ୍ଟେଟ ପୁଲରୁ ୨୩ଜଣ, ଜଗତସିଂହପୁରରୁ ୫ଜଣ, ସୁନ୍ଦରଗଡ଼ରୁ ୬ଜଣ, ସମ୍ବଲପୁରରୁ ୭ଜଣ, ନୟାଗଡ଼ରୁ ୪ଜଣ ଚିହ୍ନଟ ହୋଇଛନ୍ତି |ସେହିପରି ଏହି ପଜିଟିଭଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୩ ହଜାର ୩୪୯ରେ ପହଞ୍ଚିଥିବାବେଳେ ୧୦ ଲକ୍ଷ ୪୩ ହଜାର ୪୫ ଜଣ ସୁସ୍ଥ ହୋଇଛନ୍ତି |