ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ରେଳ ଷ୍ଟେସନ ରୁ ତୁରେକେଲା ରେଳ ଷ୍ଟେସନ ମଧ୍ୟରେ ପ୍ରାୟ ୪୦ ବର୍ଷୀୟ ଜଣେ ଅଜଣା ଯୁବକ ଙ୍କ ଶବ ଜିଆରପି ପୋଲିସ ଉଦ୍ଧାର କରିଥିଲା । ଶୁକ୍ରବାର ରାତ୍ରୀ ପ୍ରାୟ ୧ ଟା ସମୟ ରେ ଉକ୍ତ ଯୁବକ ରେଳ ଧାରଣା ରେ ପଡିଥିବା ଜି ଆର ପି ପୋଲିସ ସୂଚନା ପାଇଥିଲା । ଉକ୍ତ ଯୁବକ ଙ୍କ କୌଣସି ପରିଚୟ ମିଳି ପାରି ନ ଥିବା ବେଳେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖି ଥିବା ପ୍ରକାଶ ପାଇଛି । ଉକ୍ତ ଶବ କୁ ଟିଟିଲାଗଡ଼ ଡ଼ାକ୍ତରଖାନା ରେ ଶବ ବ୍ୟବଚ୍ଛେଦ କରି ସଂରକ୍ଷିତ କରି ରଖାଯାଇଛି । ୯୨ ଘଣ୍ଟା ପର୍ଯ୍ୟନ୍ତ ଶବ ଚିହ୍ନଟ ପାଇଁ ରଖାଯିବ ଓ କୌଣସି ପରିଚୟ ମିଳି ନ ପାରିଲେ ସତ୍କାର କରାଯିବ ବୋଲି ସୂଚନା ଦିଆଯାଇଛି । ମୃତ୍ୟୁ ର ପ୍ରକୃତ କାରଣ କଣ ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ ପାଇଛି ।
