Odia News Portal

ରୋହିତଙ୍କ ସହ ସମ୍ପର୍କ ଖରାପ ନେଇ ମୁହଁ ଖୋଲିଲେ ବିରାଟ

ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପ୍ରସଙ୍ଗ ଓ ବିସିସିଆଇ ସହ ବିବାଦର ଚର୍ଚ୍ଚା ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲୀ । ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ବୋଲି କହିଛନ୍ତି କୋହଲୀ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଟିମ୍ ଚୟନ ବେଳେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ସେ ଆଉ ଦିନିକିଆ ଅଧିନାୟକ ରହିବେ ନାହିଁ ବୋଲି ଜଣାଇଦେଇ ଥିଲେ । ଟେଷ୍ଟ ଟିମ୍ ଚୟନର ଦେଢ ଘଂଟା ଆଗରୁ ତାଙ୍କୁ ଫୋନ ଆସିଥିଲା । ସେ ଦିନିକିଆ ଦଳର ଅଧିନାୟକ ଭାବେ ସଚ୍ଚୋଟତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ବୋଲି କୋହଲୀ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଛନ୍ତି ଯେ, ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଦିନିକିଆ ସିରିଜ୍ ପାଇଁ ଉପଲବ୍ଧ ଅଛନ୍ତି । ବିଶ୍ରାମ ନେବା ପାଇଁ ବିସିସିଆଇକୁ ସେ କହି ନ ଥିଲେ ବୋଲି ସଫେଇ ଦେଇଛନ୍ତି କୋହଲୀ । ମତଭେଦ ଓ ପାରିବାରିକ ଉତ୍ସବ ପାଇଁ ସେ ଦିନିକିଆ ସିରିଜରୁ ଓହରିଯିବା ଚର୍ଚ୍ଚରେ କୌଣସି ସତ୍ୟତା ନାହିଁ ବୋଲି କୋହଲୀ କହିଛନ୍ତି । ଟେଷ୍ଟ ସିରିଜରେ ରୋହିତ ଶର୍ମା ସାମର୍ଥ୍ୟର ଅନୁପସ୍ଥିତ ଉପଲବ୍ଧ କରିବେ ବୋଲି କୋହଲୀ କହିଛନ୍ତି ।