Odia News Portal

ଲୋକସଭା ନିର୍ବାଚନ: ଦିଲ୍ଲୀ ଓ ହରିୟାଣା ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

 ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଦିଲ୍ଲୀର ୪ଟି ଓ ହରିୟାଣାର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ପଶ୍ଚିମ ଦିଲ୍ଲୀରୁ ମହାବଳ ମିଶ୍ରାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସାହିରାମଙ୍କୁ ଦକ୍ଷିଣ ଦିଲ୍ଲୀର ପ୍ରାର୍ଥୀ କରାଯାଇଛି।
ପୂର୍ବ ଦିଲ୍ଲୀରୁ କୁଲଦୀପ କୁମାର ଓ ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ ଲଢ଼ିବେ। ହରିୟାଣାର କୁରୁକ୍ଷେତ୍ରରୁ ସୁଶୀଲ ଗୁପ୍ତା ଆପର ପ୍ରାର୍ଥୀ ହୋଇଛନ୍ତି ।

ଦିଲ୍ଲୀ ଓ ହରିୟାଣା ସହ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପାଞ୍ଚ ରାଜ୍ୟରେ ଏକାଠି ନିର୍ବାଚନ ଲଢ଼ିବେ । ଦିଲ୍ଲୀର ୭ଟି ଆସନ ମଧ୍ୟରୁ ଆପ୍ ୪ଟି ଏବଂ କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ ଦେବେ। ହରିୟାଣାରେ କଂଗ୍ରେସ ୯ଟି ଓ ଆପ୍ ଗୋଟିଏ ଆସନରେ ଲଢ଼ିବ। ଉଭୟ ଦଳ ‘ଇଣ୍ଡିଆ’ ମେଣ୍ଟର ଅଂଶ ଅଟନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଜିତିଥିଲା।