Odia News Portal

ଶଙ୍ଖ ଧରିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ

 ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୂର୍ଯ୍ୟା ରାଓ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସେ କଂଗ୍ରେସ ଟିକେଟରୁ ୨୦୧୪ରେ ପାରଳାଖେମୁଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସୂର୍ଯ୍ୟା ରାଓଙ୍କୁ ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଦଳକୁ ସ୍ୱାଗତ କରିଥିଲେ। । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ସୂର୍ଯ୍ୟା ରାଓ କହିଛନ୍ତି । ଦଳରେ ଯାହା ଦାୟିତ୍ୱ ତାଙ୍କୁ ଦିଆଯିବ, ସେ ତାହା ନିର୍ବାହ କରିବେ ବୋଲି ସେ କହିଛନ୍ତି ।