Odia News Portal

ଶଙ୍ଖ ଭବନରେ ମିଶ୍ରଣ ପର୍ବ

ଭୁବନେଶ୍ବର (ଉତ୍ତର) ନିର୍ବାଚନ ମଣ୍ଡଳୀର ବିଭିନ୍ନ ଓ୍ବାର୍ଡର ବିଜେପି ନେତା ଓ କର୍ମୀ  ବିଜେଡିରେ ସାମିଲ ହୋଇଛନ୍ତି  ।

ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା ଏହି ମିଶ୍ରଣ ପର୍ବ । ବିଧାୟକ ସୁକାନ୍ତ ରାଉତଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ ବିଜେପି ନେତା ଓ କର୍ମୀ । ସାଂସଦ ସସ୍ମିତ ପାତ୍ର ନୂଆ ଅତିଥୀଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ୨୦୨୪ ନିର୍ବାଚନରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ପଣ ନେଇଛନ୍ତି ଏହି ନେତା ମାନେ ।