Odia News Portal

ସଫଳ ହୋଇଛି ବାଲିଷ୍ଟିକ ମିସାଇଲ ର ପରୀକ୍ଷଣ

ବାଲିଷ୍ଟିକ ମିସାଇଲ ‘ପ୍ରଳୟ’ ର ପରୀକ୍ଷଣ ସଫଳ ହୋଇଛି । ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ ‘ପ୍ରଳୟ’ ଉତକ୍ଷେପଣ ହୋଇଛି । ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିବା ପାରୁଥିବା ‘ପ୍ରଳୟ’ର ଲକ୍ଷ୍ୟଭେଦ କ୍ଷମତା ୧୫୦ କିଲୋମିଟରରୁ ୫ ଶହ କିଲୋମିଟର । ଏହି ମିସାଇଲ ୧ ହଜାର କିଲୋଗ୍ରାମ ପର୍ୟ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହି କ୍ଷେପଣାସ୍ତ୍ରକୁ ମୋବାଇଲ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ ।
ଏହି ବାଲିଷ୍ଟିକ ମିସାଇଲର ଓଜନ ୫ଟନ୍ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍ କରିବାର କ୍ଷମତା ରଖିଛି। ଏଥିରେ ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ଓ ସମନ୍ଵିତ ଆଭିଓନିକ୍ସ ରହିଛି ।