Odia News Portal

ସରକାର ଗଠନ ପାଇଁ ବିଜେଡିକୁ ମେଣ୍ଟର ଆବଶ୍ୟକତା ନାହିଁ: କାର୍ତ୍ତିକ ପାଣ୍ଡିଆନ

ରାଜ୍ୟରେ ସରକାର ଗଠନ ପାଇଁ ବିଜେଡିକୁ ମେଣ୍ଟର ଆବଶ୍ୟକତା ନାହିଁ। ଆଗାମୀ ନିର୍ବାଚନରେ ଦେଶରେ ନରେନ୍ଦ୍ର ମୋଦି ଓ ଓଡ଼ିଶାରେ ନବୀନ ପଟ୍ଟନାୟକ ଜିତିବେ । ସରକାର ପାଇଁ ଉଭୟଙ୍କୁ ଉଭୟଙ୍କ ଆବଶ୍ୟକ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ବିଜେଡି ନେତା ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ଉତ୍ତମ ରାଜନେତା ବୋଲି ପାଣ୍ଡିଆନ କହିଛନ୍ତି। ନେଟୱର୍କ ୧୮ର ରାଇଜିଂ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପାଣ୍ଡିଆନ । ଆଗକୁ କ’ଣ ହେବ, ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି । ଉଭୟ ମୋଦି ଓ ନବୀନ ଦେଶ ଓ ରାଜ୍ୟର ହିତ ଚାହାନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଗୁରୁ ବୋଲି ପାଣ୍ଡିଆନ କହିଛନ୍ତି।