Odia News Portal

ସାଧାରଣ ନିର୍ବାଚନ ୨୦୨୪ ସଂକ୍ରାନ୍ତିୟ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଥିବା ସମ୍ମିଳନୀ କକ୍ଷରେ ସାଧାରଣ ନିର୍ବାଚନ ୨୦୨୪ ସଂକ୍ରାନ୍ତିୟ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ରାଜସ୍ବ ବିଭାଗ ର ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଡେପୁଟି କଲେକ୍ଟର ନିର୍ବାଚନ ବିଭାଗ ରଶ୍ମି ରଂଜନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଜିଲାର ୧୫୦୦ ରୁ ଉର୍ଦ୍ଧ ବୁଥ ରେ ଏହି ଭୋଟ ଗ୍ରହଣ କରାଯିବ। ଏଥିପାଇଁ ୧୨ହଜାର ରୁ ଉର୍ଦ୍ଧ କର୍ମଚାରୀ ନିୟୋଜିତ ହେବେ। ଏବେ ସେଥିପାଇଁ ଏହି କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହି ଅବସରରେ ସାଧାରଣ ନିର୍ବାଚନ କିଭଳି ମୁକ୍ତ,ଅବାଧ ଓ ନିରପେକ୍ଷ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ପ୍ରଶାସନ ର ବିଭିନ୍ନ ପଦକ୍ଷେପ ସମ୍ପର୍କ ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅବଗତ କରାଯିବା ସହ ନିର୍ବାଚନ ପରିଚାଳନା ଶୃଙ୍ଖଳିତ କରିବାକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହଯୋଗ କାମନା କରାଯାଇଥିଲା। ଏହି ସାମ୍ବାଦିକ ସମ୍ମୀଳନୀରେ ଜିଲ୍ଲା ର ବହୁ ବରିଷ୍ଠ ବୈଦୁତିକ ଗଣମାଧ୍ୟମ ଓ ଛାପା ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।