Odia News Portal

 ସୁର, କହିଲେ ମୁଁ ଗୋଟା ପଣେ କଂଗ୍ରେସର

ମୁଁ ଗୋଟା ପଣେ କଂଗ୍ରେସର, ମଲା ପର୍ଯ୍ୟନ୍ତ ବି କଂଗ୍ରେସରେ ରହିବି । କଂଗ୍ରେସ ତରଫରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ । କୌଣସି ଦଳର ରାଲି କିମ୍ବା ସଭାକୁ ମଧ୍ୟ ଯାଇନାହିଁ । ଦୀର୍ଘ ବର୍ଷ ଧରି ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସାମାଜିକ କାର୍ଯ୍ଯକ୍ରମରେ ସାମିଲ ଅଛି ।

ଆଜି ବି ଯାଉଛି l

ସୁର ଆହୁରି ମଧ୍ୟ କହିଛନ୍ତି ଯେ, ମୋ ସାନ ପୁଅ ବିଜେଡିର ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ହୋଇଛି । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଁ ୫୦ ବର୍ଷ ହେଲା ଯାଉଛି । ହେଲେ ସେଥିରେ କୌଣସି ରାଜନୈତିକ ଭାଷଣ ଦେଇନାହିଁ । ଏପରିକି ପୁଅ ପାଇଁ ମଧ୍ୟ ପ୍ରଚାର କରିନାହିଁ । ମୁଁ ଗୋଟା ପଣେ କଂଗ୍ରେସର, ମଲା ପର୍ଯ୍ୟନ୍ତ ବି କଂଗ୍ରେସରେ ରହିବି । ଏଆଇସିସି ଓ ପିସିସି ଯେଉଁ ଦଣ୍ଡ ଦେବେ ତା’ହା ଗ୍ରହଣ କରିବି ବୋଲି କହିଛନ୍ତି ସୁର ।

ସୂଚନାଯୋଗ୍ୟ ଯେ, ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ସୁରଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ ଭାବେ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିବା ପରେ କଂଗ୍ରେସ ତରଫରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।