Odia News Portal

୬ ବର୍ଷ ପାଇଁ କଂଗ୍ରେସରୁ ବିଦା ହେଲେ ସୁର ରାଉତରାୟ

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ । ୬ ବର୍ଷ ପାଇଁ ସୁର ରାଉତରାୟଙ୍କୁ କଂଗ୍ରେସରୁ ବହିଷ୍କୃତ କଲା ଏଆଇସିସି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ୟ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁରଙ୍କୁ ବହିଷ୍କାର ନେଇ ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦେଇଛି ଏଆଇସିସି ।