Odia News Portal

୧୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ବ୍ରହ୍ମପୁର: ଅର୍ଦ୍ଧନିର୍ମାଣ ଘରୁ ଜବତ ହୋଇଛି । ବ୍ରହ୍ମପୁର ଆଙ୍କୁଲି ଜାତୀୟ ରାଜପଥ ନିକଟ ଏକ ଅର୍ଦ୍ଧନିର୍ମାଣ ଘରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ରାଇପଙ୍କା ଓ ଅଡ଼ବା ଅଂଚଳର ଦୁଇ ଯୁବକ ଗଞ୍ଜେଇ ବେପାର କରୁଥିବା ଖବରପାଇ ଚଢଉ ହୋଇଥିଲା ।
ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଆଉ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏମାନେ ଗଜପତିରୁ ଗଞ୍ଜେଇ ଆଣି ଉତ୍ତରପ୍ରଦେଶ ପଠାଇବାକୁ ଯୋଜନା କରିଥିଲେ । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ କରୁଛି ପୋଲିସ