Odia News Portal

ଦିଲ୍ଲୀକୁ ୧୩୩ ଟନ୍ ଅକ୍ସିଜେନ୍ ପରିବହନ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରୁ ଟାଟା ଷ୍ଟିଲ୍ ସାଇଡିଂ, ଜାଖପୁରା ଠାରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପଠାଯାଇଛି । ୧୩୩.୨୦ ଟନ୍ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ଜାଖପୁରାରୁ ଦିଲ୍ଲୀକୁ ପରିବହନ କରାଯାଇଥିଲା । ସାତଟି କ୍ରାଓଜେନିକ୍ ଟ୍ୟାଙ୍କର୍ ଦ୍ଵାରା  ଅମ୍ଳଜାନ ଏକ୍ସପ୍ରେସ ରେ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପରିବହନ କରାଯାଇଥିଲା ।

ବର୍ତ୍ତମାନର କରୋନା ଭୁତାଣୁ ଜନିତ ପୀଡିତ ରୋଗୀଙ୍କ ପାଇଁ ଅମ୍ଳଜାନର ଅ ।ବଶ୍ୟକତା ପୂରଣ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅକ୍ସିଜେନ୍ ଏକ୍ସପ୍ରେସ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ପରିବହନ ନିରବଚ୍ଛିନ୍ନ ଭାବେ ଚାଲୁ ରଖିଛି ।
ପ୍ରଥମ ଥର ପାଇଁ ୧୩୩.୨୦ ଟନ୍ ତରଳ ମେଡିକାଲ ଅମ୍ଳଜାନ ଟାଟା ଷ୍ଟିଲ ସାଇଡିଂ, କଳିଙ୍ଗ ନଗର, ଜାଖପୁରାରୁ ଦିଲ୍ଲୀକୁ ପରିବହନ କରାଯାଇଥିଲା । ଜାଖପୁରା ସାଇଡିଂରୁ ସାତଟି କ୍ରିଏଜେନିକ୍ ଟ୍ୟକ୍ଷଙ୍କର ରେ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ କରାଯାଇଥିଲା ଏବଂ ସମସ୍ତ ସତର୍କତା ସହିତ ଦିଲ୍ଲୀକୁ ପଠାଯାଇଥିଲା ପୂର୍ବରୁ ଖୋର୍ଦ୍ଧା ରେଳ ମଣ୍ଡଳ ପରିସୀମା ରୁ ମେଡିକାଲ ଅମ୍ଳଜାନ ହରିୟାଣା, ତେଲେନାଗାନା ଏବଂ ଦିଲ୍ଲୀ ରାଜ୍ୟକୁ ପରିବହନ କରାଯାଇଛି ।
ଏହାର ପରିସୀମା ରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ନିରାପଦ ପରି·ଳନା କରିବା ଏବଂ ଖୁବ୍ ଶୀଘ୍ର ଏହି ଟ୍ରେନ୍ ପଠାଇବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛି ।