Odia News Portal

ଭୁବନେଶ୍ୱରରେ ପୂରଣ ହେଲା ୨୦ ଲକ୍ଷ ଟିକାକରଣ

ଭୁବନେଶ୍ୱର: କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ରାଜ୍ୟରେ ଜାରି ରହିଛି ଟିକାକରଣ । ତେବେ ରାଜଧାନୀ ଭୁବନେଶ୍ୱରରେ ୨୦ ଲକ୍ଷ ଟିକାକରଣର ଟାର୍ଗେଟ ପୂରଣ କରିଛି ବିଏମସି । ଗତକାଲି ସୁଦ୍ଧା ମୋଟ ୨୦ଲକ୍ଷ ୪ହଜାର ୬୨୮ ଡୋଜ୍ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୧ଲକ୍ଷ ୧୯ହଜାର ୬୨୮ ଜଣ ପ୍ରଥମ ଡୋଜ୍ ଓ ୮ଲକ୍ଷ ୮୪ହଜାର ୯୬୪ଜଣ ବିଭିନ୍ନ ବର୍ଗ ଓ ବୟସର ବ୍ୟକ୍ତି ଉଭୟ ଡୋଜ୍ ଟିକା ନେଇସାରିଛନ୍ତି।