Odia News Portal

୩ ନେତାଙ୍କୁ ବହିଷ୍କୃତ କଲା ବିଜେଡି

ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ତିହିଡି ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳର ବ୍ଲକ ସଭାପତି ରଘୁନାଥ ପଣ୍ଡା ଶ୍ୟାମସୁନ୍ଦରପୁର ଗ୍ରାମର ବିଜେଡି ନେତା ସୁବାଶିଷ ଦାସ,ଶିବାଶିଷ ଦାସ ଓ ଈଶ୍ୱରପୁର ଗ୍ରାମର ମୁରଲୀଧର ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରିଥିବା ଜଣାପଡ଼ିଛି । ଏସମ୍ପର୍କରେ ସଭାପତି ଶ୍ରୀ ପଣ୍ଡା ଦଳର ଜିଲ୍ଳା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ ଓ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ସୂଚନା ଅନୁଯାୟୀ, ବହିଷ୍କୃତ ବିଜେଡି ନେତା ମାନେ ଦଳର ଶୃଙ୍ଖଳା ଭଙ୍ଗକରି ଦଳବିରୋଧୀ କାର୍ଯ୍ୟ କରିଥିଲେ । ବିଜେଡି ନେତା ସୁବାଶିଷ ଦାସ ପଞ୍ଚାୟତ ନିର୍ବାଚନରେ ଦଳୀୟ ସରପଞ୍ଚ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଦଳ ବିରୋଧୀ କାର୍ଯ୍ୟ କରିଥିବାବେଳେ ସମବାୟ ସଭାପତି ନିର୍ବାଚନରେ ମୁରଲୀଧର ମଲ୍ଲିକ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତାକରି ଦଳବିରୋଧୀ କାର୍ଯ୍ୟକରିଥିଲେ ।