Odia News Portal

କର୍ଲାପାଟରେ ବିଲୋପ ହୋଇଯିବେ କି ହାତୀ ?

କଳାହାଣ୍ଡି: କର୍ଲାପାଟରେ ହାତୀ ମଡ଼କ | ୧୩ ଦିନ ମଧ୍ୟରେ ଆଖି ବୁଜିଲେଣି ୫ ହାତୀ | ପୂର୍ବରୁ ୪ ହାତୀଙ୍କ ମୃତ୍ୟୁ ହୋଇ ସାରିଥିବା ସମୟରେ ଆଉ ଏକ ହାତୀ ଅସୁସ୍ଥ ଥିଲା। ତେବେ ଆଜି ଆଉ ଏକ ହାତୀର ମୃତ୍ୟୁ ଘଟିଛି | ତେବେ ହାତୀଙ୍କ ମୃତ୍ୟୁ ହାମରେଜ୍ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ଘଟୁଥିବା ଆଜି ସ୍ପଷ୍ଟ କରିଛନ୍ତି ବିଶେଷଜ୍ଞ ଟିମ୍ | ଆଜି କର୍ଲାପାଟରେ ଯାଞ୍ଚ ନେଇ ୨ଜଣିଆ ବିଶେଷଜ୍ଞ ଟିମ୍ ପହଞ୍ଚିଥିଲେ । ତେବେ ଏହି ଟିମ୍‌ରେ ଭୁବନେଶ୍ୱର ଓୟୁଏଟିର କୋ-ଅର୍ଡିନେଟର ନିରଞ୍ଜନ ସାହୁ ମଧ୍ୟ ସାମିଲ ଅଛନ୍ତି।

ତେବେ ବିଶେଷଜ୍ଞ ଟିମ୍‌ ସହ ଦକ୍ଷିଣାଞ୍ଚଳ ବନଖଣ୍ଡ ଡିଏଫ୍‌ଓ ଟି. ଅଶୋକ କୁମାର, କଳାହାଣ୍ଡି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଡେପୁଟି ଡାଇରେକ୍ଟର ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ଆଜି ଘଟଣାସ୍ଥଳ ଅଭିମୁଖେ ଯାଇଥିଲେ । ତେବେ ହାତୀ ମୃତ୍ୟୁ ହାମରେଜ୍ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ଘଟୁଥିବା ସ୍ପଷ୍ଟ କରିଛନ୍ତି ବିଶେଷଜ୍ଞ ଟିମ୍ । ଜଳ ସଂକ୍ରମଣ କାରଣରୁ ଅଭୟାରଣ୍ୟ ମଧ୍ୟରେ ଥିବା ଜଳାଶୟ ଗୁଡିକୁ ବ୍ଲିଚିଂ ପକାଯାଇ ବିଶୋଧନ କରାଯାଇଛି |