Odia News Portal

ହାତୀ ମଡ଼କ: ୧୪ ଦିନରେ ୬ ହାତୀ ମୃତ

କଳାହାଣ୍ଡି: କର୍ଲାପାଟ ୧୪ ଦିନ ଭିତରେ ଆଖି ବୁଜିଲେଣି ୬ଟି ହାତୀ | କର୍ଲାପାଟ ଅଭୟାରଣ୍ୟରେ ଆଜି ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଆଜି ଆଖି ବୁଜିଥିବା ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହିତ ଗତ ୧୪ ଦିନ ଭିତରେ କର୍ଲାପାଟ ଜଙ୍ଗଲରେ ଆଖିବୁଜିଛନ୍ତି ମୋଟ ୬ଟି ହାତୀ । ହାତୀ ମଡ଼କ ପରେ ବନ ବିଭାଗର ଚିନ୍ତା ବଢ଼ି ଯାଇଛି ।ଶନିବାର ଭୁବନେଶ୍ୱର ଓୟୁଏଟିର ଦୁଇ ଜଣିଆ ଟିମ୍ କର୍ଲାପାଟ ଅଭୟାରଣ୍ୟ ପହଞ୍ଚିଥିଲେ ।ତେବେ ବିଶେଷଜ୍ଞମାନେ ହାମରେଜ ସେପ୍ଟିସେମିଆ କାରଣରୁ ହାତୀ ମଡକ ହେଉଥିବା ସୂଚନା ଦେଇଛନ୍ତି |