Odia News Portal

ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ୟୁକ୍ରେନ ଗଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ୟୁକ୍ରେନ ଉପରେ ରୁଷର ପଦକ୍ଷେପ ପରେ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି ଜ୍ଝ ଏହି ପରିପ୍ରେକ୍ଷୀରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଆରମ୍ଭ କରିଛି ଭାରତ । ଆଜି ସକାଳ ୭:୩୦ରେ ଦିଲ୍ଲୀ ବିମାନବନ୍ଦରରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ୟୁକ୍ରେନର ରାଜଧାନୀ କିଭ୍ ଅଭିମୁଖେ ଯାତ୍ରା କରିଛି।
ଏହି ଏୟାର ଇଣ୍ଡିଆ ବିମାନ ଭାରତୀୟ ଛାତ୍ରମାନଙ୍କ ସହିତ ଆଜି ରାତିରେ ଘରକୁ ଫେରିବ ଜ୍ଝ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହଯୋଗରେ ଏୟାର ଇଣ୍ଡିଆ ବ୍ୟତୀତ ଅନ୍ୟ ଦେଶରୁ ଭାରତୀୟ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ଉଡ଼ାଣ ସ୍ଥିର ହୋଇଛି।
ୟୁକ୍ରେନ ଉପରେ ୟୁଏନଏସସି ଜରୁରୀ ବୈଠକରେ ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ଟି.ତିରୁମୂର୍ତ୍ତୀ କହିଛନ୍ତି ଯେ ୟୁକ୍ରେନ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ର ଓ ନାଗରିକ ବାସ କରନ୍ତି ତଥା ପଢ଼ନ୍ତି ଜ୍ଝ ସେ କହିଛନ୍ତି ଯେ ଭାରତୀୟଙ୍କ ସୁରକ୍ଷା ଆମର ପ୍ରାଥମିକତା।
ପ୍ରକାଶ ଥାଉକି, ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ନିକଟରେ ୟୁକ୍ରେନରେ ରହୁଥିବା ସମସ୍ତ ଭାରତୀୟ ଛାତ୍ର ଏବଂ ଭାରତୀୟ ନାଗରିକମାନଙ୍କୁ ଆବଶ୍ୟକ ନଥିଲେ ଏହି ପୂର୍ବ ୟୁରୋପୀୟ ଦେଶ ଅସ୍ଥାୟୀ ଭାବରେ ଛାଡିବାକୁ ପରାମର୍ଶ ଦେଇଥିଲା। ଦୁଇ ଦିନ ତଳେ ଭାରତୀୟ ଦୂତାବାସ ଘୋଷଣା କରିଥିଲା ଯେ ଫେବୃଆରୀ ୨୨, ୨୪ ଏବଂ ୨୬ରେ ଏୟାର ଇଣ୍ଡିଆ କିଭ୍ ଏବଂ ଦିଲ୍ଲୀ ମଧ୍ୟରେ ତିନୋଟି ବିମାନ ଚଳାଚଳ କରିବ।