Odia News Portal

ଭଦ୍ରକରେ ଦିନ ୨ଟା ପରେ ସବୁ ଦୋକାନ ବନ୍ଦ, ଜାଣନ୍ତୁ ପୁରା ଖବର

ବର୍ତମାନର ବଡଖବର । ବଡ ନିଷ୍ପତି ନେଇଛି ଭଦ୍ରକ ପୌରାଂଚଳ ବ୍ୟବସାୟୀ ସଂଗଠନ । ଆସନ୍ତା ମେ ୩ ତାରିଖ ଅର୍ଥାତ ସୋମବାର ଠାରୁ ଦିନ ୨ଟା ପରେ ପୌରାଂଚଳର ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ସଂଘ । ସୋମବାର ଠାରୁ ଶୁକ୍ରବାର ଯାଏଁ ସକାଳ ୫ଟାରୁ ଦିନ ୨ଟା ଯାଏଁ ଖୋଲିବ ଦୋକାନ । ସଂଗଠନର ନିଷ୍ପତିକୁ ସ୍ୱାଗତ କରିଛି ଜିଲ୍ଲା ପ୍ରଶାସନ ।ଏନେଇ ଜିଲ୍ଲା ପ୍ରଶାସନ ଟ୍ୱିଟ କରିଛି । ଭଦ୍ରକ ସହରାଂଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ କଫ୍ୟୁ ବଳବତର ରହିଛି । ଏହାସହ ସପ୍ତାହନ୍ତ ସଟ୍ ଡାଉନ ମଧ୍ୟ ଜାରୀ ରହିଛି ।