ଆନ୍ତଃରାଜ୍ୟ ଚୋର ଫର୍ଦାଫାଶ । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଶେଷରେ ପର୍ଦାଫାସ ହେଲା ଉତ୍ତର ପ୍ରଦେଶର ହାଇଟେକ୍ ଗ୍ୟାଙ୍ଗର। ଏମାନେ ଫେରିବାଲା ନୁହେଁ, ଏମାନେ ଆନ୍ତଃରାଜ୍ୟ ଫେରିବାଲା ଚୋର। ଉତ୍ତର ପ୍ରଦେଶ ଅଞ୍ଚଳର ଏହି ଗ୍ୟାଙ୍ଗ ବିଭିନ୍ନ ସ୍ଥାନ ବୁଲି ବୁଲି ଚୋରି କରେ। କିଛି ଦିନ ପୂର୍ବେ ଜଗତସିଂହପୁରରେ ବି ଏମିତି ଲୁହା କଟରରେ ଦୋକାନ କଟା ହୋଇଥିଲା, ଏବେ ଅସ୍ତରଙ୍ଗରେ। ପ୍ୟାଟର୍ନ ସମାନ। ରାଜ୍ୟ ବାହାରୁ ଆସି କାକଟପୁର, ଅସ୍ତରଙ୍ଗରେ ଭଡା ଘର। ଦିନରେ ଗାଁ ଗାଁ ବୁଲି ଫେରିବାଲା ନାଁରେ ଆଖି ପକାଇବା, କେଉଁ ଦୋକାନରେ କେତେ ମାଲ, ସିସିଟିଭି ଅଛି କି ନାହିଁ। ରାତିରେ ଲୁହା କଟର ଓ ଲୁହା ରଡରେ ସଟର ତାଡି ଲକ୍ଷ ଲକ୍ଷ ଲୁଟ୍। ଗତ ୧୭ ତାରିଖ ରାତି ୨ଟା, ଥାନା ଠାରୁ ୫୦ ମିଟର ଦୂର ମହାନ୍ତି କମ୍ୟୁନିକେସନରେ ୫୦ ଲକ୍ଷର ଆଇଫୋନ୍ ଓ ୩ ଲକ୍ଷ ନଗଦ ଲୁଟ୍। ବ୍ୟବସାୟୀ ମହାସଂଘର ଘେରାଉ ପରେ ପୁରୀ ଏସପିଙ୍କ ଟେକ୍ନିକାଲ ଟିମ୍ ଆକ୍ସନରେ। ରାଜ୍ୟ ବାହାରେ ଚଢାଉ କରି ୨ ମୁଖ୍ୟ ଆନ୍ତଃରାଜ୍ୟ ଚୋରକୁ ଧରିଲା। ତାଙ୍କ ଠାରୁ ୪୦ଟି ଚୋରି ଫୋନ୍, ସଟର ତାଡିଥିବା ଲୁହା ରଡ୍ ଓ କଟର ସାମଗ୍ରୀ ଜବତ। ଏହା ପଛରେ ବଡ ରାକେଟ୍ ଅଛି କି ?
