Odia News Portal

ଅନୁଭବଙ୍କ ମହାନତା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ମହାନତା । ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ସାଂସଦ । କେନ୍ଦ୍ରାପଡ଼ାରୁ କାମସାରି କଟକ ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତା ପଣସକଣା ନିକଟରେ ଜଣେ ଫତେପୁର ଗ୍ରାମର ଧୀରେନ୍ଦ୍ରନାଥ ନାୟକଙ୍କ ଦୁର୍ଘଟଣା ହୋଇଥିଲା । ୭୨ ବର୍ଷୀୟ ଧୀରେନ୍ଦ୍ରଙ୍କୁ ରାସ୍ତାରୁ ଉଠାଇ ମେଡିକାଲରେ ଭର୍ତ୍ତି କରିଥିଲେ ଅନୁଭବ । ନିଶ୍ଚିନ୍ତକୋଇଲି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇବା ପରେ ପରିବାର ଲୋକଙ୍କୁ ଡକାଇଥିଲେ । ପରିବାରଲୋକଙ୍କ ସହ ଘରକୁ ଯିବା ପରେ କଟକ ଫେରିଥିଲେ ସାଂସଦ । ଅନୁଭବଙ୍କ ଏଭଳି ମହାନତାକୁ ସାଧାରଣରେ ଭୁରି ଭୁରି ପ୍ରଂଶସା କରିଛନ୍ତି ।