Odia News Portal

ଶ୍ରୀମନ୍ଦିରରେ ମରାମତି ଯାଞ୍ଚ କଲେ ଏଏସଆଇ

ପୁରୀ : ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମରାମତି କାର୍ଯ୍ୟ ଯାଞ୍ଚ କରିଛନ୍ତି ।

ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତ୍ତି ମରାମତି ଓ ପୁନଃ ସ୍ଥାପନା କରାଯିବ ବୋଲି କହିଛନ୍ତି ଟିମର ସଦସ୍ୟ । ଏହାସହ ଶ୍ରୀମନ୍ଦିରରେ ଚାଲିଥିବା ସମସ୍ତ କାର୍ଯ୍ୟର ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବୂ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ସମୀକ୍ଷା ପରେ ସୂଚନା ଦେଇଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗର ରାଜ୍ୟ ଅଧିକ୍ଷକ ଅରୁଣ ମଲ୍ଲିକ । ଗତ କିଛି ଦିନ ତଲେ ଶ୍ରୀମନ୍ଦିର ହିରଣ୍ୟ କସ୍ୟପ ମନ୍ଦିରରୁ ମୂର୍ତ୍ତି ଖସି ଆହତ ହୋଇଥିଲେ ଜଣେ ସେବାୟତ ।