Odia News Portal

ବଲାଙ୍ଗୀର ଗସ୍ତରେ ଅସିତ ତ୍ରିପାଠୀ

ବଲାଙ୍ଗୀର: ଅସିତ ତ୍ରିପାଠୀଙ୍କ ବଲାଙ୍ଗୀର ଗସ୍ତ | ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ବଲାଙ୍ଗୀର ଗସ୍ତ କରିଛନ୍ତି ଅସିତ ତ୍ରିପାଠୀ । ବରଗଡ଼ରୁ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ।

ଜିଲ୍ଲାପାଳଙ୍କୁ ସମ୍ମିଳନୀ କକ୍ଷରେ ଏକ ଜରୁରୀ ସମୀକ୍ଷା ବୈଠକରେ ସେ ଯୋଗଦେଇଛନ୍ତି ।ତେବେ ବୈଠକରେ ବିଭିନ୍ନ ବିଭାଗର ବହୁ ଅଧିକାରୀ ସାମିଲ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ବିକାଶ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି ଅସିତ ତ୍ରିପାଠୀ ।