Odia News Portal

ଆଇସିସି ମହିଳା ବିଶ୍ବକପ୍ ଟି-୨୦ : ଶ୍ରୀଲଙ୍କାର କ୍ରମାଗତ ବିଜୟ

ଉଦ୍‌ଘାଟନୀ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଶ୍ରୀଲଙ୍କା ଚଳିତ ଆଇସିସି ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ ଆସିଥିବା ଶ୍ରୀଲଙ୍କା ରବିବାର ବାଂଲାଦେଶକୁ ୭ ୱିକେଟ୍ରେ ପରାସ୍ତ କରିଛି। ସମିନା ସୁଲତାନା (୧୩ ବଲ୍ରୁ ୨୦ ରନ୍), ସୋଭନା ମୋସ୍ତାରି (୩୨ ବଲରୁ ୨୯ ରନ୍), ଅଧିନାୟିକା ନିଗର ସୁଲତାନା (୩୪ ବଲ୍ରୁ ୨୮ ରନ୍)ଙ୍କ ବଳରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୬ ରନ୍ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଓସଦି ରଣସିଂଘେ (୩/୨୩), ଚମାରି ଆଟାପାଟ୍ଟୁ (୨/୧୯), ଇନୋକା ରଣବୀରା (୧/୧୮) ସଫଳ ବୋଲର ଥିଲେ। ଜବାବରେ ଶ୍ରୀଲଙ୍କା ଷଷ୍ଠ ଓଭର ବେଳକୁ ୨୫/୩ରେ ସଂଘର୍ଷ କରିଥିଲା। କିନ୍ତୁ ପ୍ରାରମ୍ଭିକ ବ୍ୟାଟର୍ ହର୍ଷିତା ସମରବିକ୍ରମା (୫୦ ବଲ୍ରୁ ୬୯ଞ୍ଚ ରନ୍) ଏବଂ ନୀଳାକ୍ଷୀ ଡି’ ସିଲଭା (୩୮ ବଲ୍ରୁ ୪୧ଞ୍ଚ ରନ୍) ଶ୍ରୀଲଙ୍କା ପାଇଁ ଅତୁଟ ଚତୁର୍ଥ ୱିକେଟ୍ରେ ୧୦୪ ରନ୍ ଯୋଡ଼ି ୧୦ ବଲ୍ ପୂର୍ବରୁ ଦଳକୁ ବିଜୟ ଦେଇଥିଲେ। ଆଇସିସି ଟ୍ବେଣ୍ଟି-୨୦ ମହିଳା ଅନ୍ତର୍ଜାତୀୟରେ ଏହା ଥିଲା ପ୍ରଥମ ଶତକୀୟ ଭାଗୀଦାରି।