Odia News Portal

ବେନ-ବେୟାରଙ୍କ ଛକା ବର୍ଷାରେ ଜିତିଲା ଇଂଲଣ୍ଡ

. ଦ୍ୱିତୀୟ ଦିନିକିଆରେ ଭାରତ ହାରିଲା
. ରାହୁଲଙ୍କ ଶତକ ଫିକା, ବେୟାରଷ୍ଟୋ ହିରୋ
. ଶତକରୁ ବଂଚିତ ହେଲେ ଷ୍ଟୋକ୍ସ

ପୁଣେ : ପୁଣେରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଛକା ବର୍ଷା । ଓପନର ବେୟାରଷ୍ଟୋଙ୍କ ଶତକ ୧୨୪ (୧୧୨, ୧୧ଚୌକା, ୭ଛକା) ଓ ବେନ ଷ୍ଟୋକ୍ସ ବିସ୍ଫୋରକ ୯୯ ରନ୍ (୫୨ ବଲ, ୪ ଚୌକା , ୧୦ ଛକା) ବଳରେ ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଜବରଦସ୍ତ ହାସଲ କରି ସିରିଜକୁ ରୋଚକସ୍ଥିତିକୁ ନେଇଛି । ଆଜି ଅନୁଷ୍ଠିତ ୨ୟ ମ୍ୟାଚରେ ଇଂଲଣ୍ଡ ୬ ୱିକେଟରେ ଭାରତକୁ ପରାସ୍ତ କରିଛି । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବେ ୧-୧ ବରାବର ସ୍ଥିିତିରେ ରହିଛି । ଫଳରେ ଟି-୨୦ ଭଳି ଦିନିକିଆରେ ମଧ୍ୟ ଅନ୍ତିମ ମ୍ୟାଚ୍ ଫାଇନାଲ ସଦୃଶ ହେବ । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୩୩୬ ରନ୍ କରିଥିବାବେଳେ ଇଂଲଣ୍ଡ ୪୩.୩ ଓଭରରେ ୪ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ଭାରତ କେଏଲ ରାହୁଲଙ୍କ ଦର୍ଶନୀୟ ଶତକ ଏବଂ ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତର ସ୍କୋର ୩୦୦ ଅତିକ୍ରମ କରିଥିଲା । ଭାରତ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ଅ ।ସିଥିବା ରୋହିତ ଶର୍ମା ଏବଂ ଶିଖର ଧାୱନ ନିରାଶ କରିଥିଲେ । ଧାୱନ ୧୭ ବଲ ଖେଳି ମାତ୍ର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ । ଅନ୍ୟ ପଟେ ରୋହିତ ଶର୍ମା (୨୫ ରନ) ଭଲ ଅ ।ରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ମାତ୍ର ୩୭ ରନରେ ଭାରତ, ଶିଖର ଧାୱନ ଏବଂ ରୋହିତ ଶର୍ମାଙ୍କ ୱିକେଟ୍ ହରାଇ ସଙ୍କଟରେ ରହିଥିଲା ।କିନ୍ତୁ ଅଧିନାୟକ ବିରାଟ କୋହଲି ଏବଂ ଲୋକେସ୍ ରାହୁଲ ଦଳର ସ୍କୋରକୁ ଅ ।ଗେଇ ନେଇଥିଲେ । ଦୁହେଁ ୩ୟ ୱିକେଟ୍ ପାର୍ଟନରସିପେ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ ।ଅଧିନାୟକ ବିରାଟ କୋହଲି ୭୯ ବଲ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୬୬ ରନ କରି ଅ ।ଉଟ ହୋଇଥିଲେ । ଅନ୍ୟପଟେ କେଏଲ ରାହୁଲ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖି ଶତକ ହାସଲ କରିବା ସହିତ ୧୧୪ବଲ ଖେଳି ୭ଟି ଚୌକା ଏବଂ ୨ଟି ଛକା ସହାୟତାରେ ୧୦୮ ରନ କରି ଅ ।ଉଟ ହୋଇଛନ୍ତି । ଅନ୍ୟପଟେ ପୁଣି ଥରେ ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ କରି ନିଜକୁ ପ୍ରମାଣିତ କରିଛନ୍ତି । କୋହଲିଙ୍କ ସ୍ଥାନପୂରଣ ପାଇଁ ବ୍ୟାଟିଂ ଅ ।ସିଥିବା ପନ୍ତ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ।ଋଷଭ ପନ୍ତ ମାତ୍ର ୪୦ ବଲ ଖେଳି ୩ ଚୌକା ଏବଂ ୭ଛକା ସହାୟତାରେ ୭୭ ରନ କରି ଅ ।ଉଟ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅ ।ରମ୍ଭରୁ ବିସ୍ଫୋରକ ଇଂନିସ ଖେଳିଥିଲେ । ପାଣ୍ଡ୍ୟା ୧୬ ବଲ ଖେଳି ଗୋଟିଏ ଚୌକା ଏବଂ ୪ ଛକା ସହାୟତାରେ ୩୫ ରନ କରି ଅ ।ଉଟ ହୋଇଥିଲେ । କ୍ରୁନାଲ ପାଣ୍ଡ୍ୟା ୧୨ ରନ ଏବଂ ସାର୍ଦ୍ଦୁଳ ଠାକୁର ୦ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ପକ୍ଷରୁ ରସୀଦ, କରନ୍ , ଟୋପଲୀ ଗୋଟିଏ ଲେଖାଏଁ ସଫଳତା ପାଇଥିବାବେଳେ ଟମ୍ କରନ ୨ ଟି ସଫଳତା ପାଇଥିଲେ ।

ଜବାବରେ ଇଂଲଣ୍ଡ ଓପନର ପ୍ରାରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଦେଇଥିଲେ । ଜାସନ ରୟ ଓ ବେୟାରଷ୍ଟୋ ୧୬.୩ ଓଭରରେ ୧୧୦ ରନ୍ ଯୋଗ କରିଥିଲେ । ରୟ ୫୨ ବଲରୁ ୭ ଚୌକା, ୧ ଛକା ବଳରେ ୫୫ ରନ୍ କରି ରନ୍ଆଉଟ୍ ହୋଇଥିଲେ । ସେପଟେ ବେୟାରଷ୍ଟୋ ନିଜର ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଚାଲିଥିଲେ । ସେ ବେନଷ୍ଟୋକ୍ସଙ୍କ ମିଶି ଛକା ଚୌକାର ବର୍ଷା କରିଥିଲେ । ଉଭୟ କୁଲଦୀପ ଯାଦବ, ଶର୍ଦ୍ଦୁଲ ଠାକୁର, କୃଣାଲ ପାଣ୍ଡ୍ୟାଙ୍କ ନିର୍ଦ୍ଧୁମ ପ୍ରହାର କରିଥିଲେ । ଉଭୟ ୧୯ ଓଭରରେ ୧୭୫ ରନ୍ ଯୋଗ କରି ଦଳକୁ ବିଜୟ ସହଜ କରିଥିଲେ । ଷ୍ଟୋକ୍ସ ୫୨ ବଲରୁ ୧୦ ଛକା, ୪ ଚୌକା ବଳରେ ୯୯ ରନ୍ କରି ଗୋଟିଏ ରନ୍ ପାଇଁ ଶତକରୁ ବଂଚିତ ହୋଇଥିଲେ । ପରେ ପରେ ବେୟାରଷ୍ଟୋ ୧୧୨ ବଲରୁ ୧୨୪ ରନ୍ କରି ଆଉଟ୍ ହୋଇଥିଲେ । ସେ ମଧ୍ୟ ୧୧ ଚୌକା, ୭ ଛକା ହାସଲ ମାରିଥିଲେ । ବେୟାରଷ୍ଟୋ ପରେ ବଟଲର (୦) ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ପରେ ଖେଳ କିଛିଟା ରୋମାଂଚକ ସ୍ଥିତିକୁ ଆସିଥିଲା । କିନ୍ତୁ ସେତେବେଳେକୁ ବହୁତ ବିଳମ୍ବ ହୋଇଯାଇଥିଲା । ଏହା ପରେ ଭାରତୀୟ ବୋଲରମାନେ ଆଉ ସଫଳତା ପାଇପାରିନଥିଲେ । ମାଲାନ୍ ୧୬, ଲିଭିଂଷ୍ଟୋନ୍ ୨୭ ରନ୍ କରି ଅପରାଜିତ ରହି ଦଳକୁ ବିଜୟ କରାଇଥିଲେ ଥିଲେ । ଭାରତ ପକ୍ଷରୁ କ୍ରିଷ୍ଣା ୨ ଓ ଭୁବନେଶ୍ୱର କୁମାର ୧ ୱିକେଟ ନେଇଥିଲେ ।