Odia News Portal

ଭଦ୍ରକ ସ୍ୱଂୟ ଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟିଲେ ପୁରାତନ ଛାତ୍ର ସଂସଦର ପ୍ରତିନିଧି ମଣ୍ଡଳୀ

ଭଦ୍ରକ: ଆସନ୍ତାବର୍ଷ ହେବାକୁ ଯାଉଛି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲି । ତେବେ କିଭଳି ଭାବରେ ଏହାକୁ ପାଳନ କରାଯିବ ଏନେଇ ଆଲୋଚନା କରିବାକୁ କଲେଜର ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ପୁରାତନ ଛାତ୍ର ସଂସଦର ପ୍ରତିନିଧି ମଣ୍ଡଳୀ । ତେବେ ଡାଇମଣ୍ଡ ଜୁବୁଲି ଅବସରରେ କିଭଳି ରାଜ୍ୟ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଓଡ଼ିଶାର ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଏବଂ ଏହି କଲେଜରେ ପାଠ ପଢ଼ିଥିବା ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକଙ୍କୁ ନିମନ୍ତ୍ରଣ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି ।

୫ଦିନ ଧରି ଡାଇମଣ୍ଡ ଜୁବୁଲି ପାଳନ କରାଯିବା ସହ କଲେଜର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କିଭଳି ଭାବରେ ସୁଚାରୁ ରୂପେ ହେବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି । ଆସନ୍ତା ଅଗଷ୍ଟ ୧୫ ତଥା ସ୍ୱାଧିନତା ଦିବସରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ତେବେ ଆଜି ଅନୁଷ୍ଠିତ ବୈଠକରେ ପୁରାତନ ଛାତ୍ର ନୀଳମାଧବ ଦାସ, ବିଷ୍ଣୁମୋହନ ମହାପାତ୍ର, ଜ୍ୟୋତି ପ୍ରକାଶ ମହାନ୍ତି, ପ୍ରକାଶ ଜ୍ୟୋତି ମହାକୁଡ଼,ଆଶିଷ ମହାନ୍ତି,ଅକ୍ଷୟ ଦାସ, ସୁବ୍ରତ ପାଲ,ମାନସ ସାହୁ, ସୁଧୀର ଦାସ,ଅଂଶୁମାନ ମହାନ୍ତି ଏବଂ ବର୍ତ୍ତମାନ ପଢ଼ୁଥିବା ବହୁ ଛାତ୍ର ମାନେ ଉପସ୍ଥିତ ରହିଥିଲେ ।