Odia News Portal

ଜେଲରୁ ଖସି ଆସୁଥିଲେ କଏଦୀ, ମାଡ଼ି ବସିଲେ ସୁରକ୍ଷା କର୍ମୀ

ଭଦ୍ରକ: ବିଚାରାଧିନ କଏଦୀ ଜେଲରୁ ଖସି ଆସୁଥିଲେ । ଜେଲରୁ ବିଚାରାଧୀନ ବନ୍ଦୀଙ୍କ ଫେରାର ଉଦ୍ୟମ। ପାଇଖାନା ଟାଙ୍କିର ପାଇପ ଦେଇ ସେ ଖସିଯାଇଥିବା ବେଳେ ତାଙ୍କୁ ଅଧା ବାଟ ରେ ମାଡିବସିଲେ ଜେଲର ସୁରକ୍ଷା କର୍ମୀ। ସିସିଟିଭି ରେ କଏଦ ହୋଇଛି ଭିଡିଓ। ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ରୁ ବନ୍ଦୀ ଫେରାର ହେଉଥିଲେ। ପିରାହାଟ ଥାନା ଅଧିନ ର ଅକ୍ଷୟ ମଲ୍ଲିକ ନାମକ ବ୍ୟକ୍ତି ୩୫୪ ଦଫାରେ ଜେଲ ଯାଇଥିଲେ। ୨୦ ଅକ୍ଟୋବର ରେ ପିରାହାଟ ଥାନା ଅକ୍ଷୟଙ୍କୁ କୋର୍ଟ ଫରୱାର୍ଡ କରିଥିଲା। ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଥିଲା। ତେବେ ଅକ୍ଷୟ ଦିନ ଦ୍ୱିପ୍ରହର ରେ ଶୌଚ ପାଇଁ ପାଇଖାନା ଯିବାକୁ କହିଥିଲେ।

ପାଇଖାନା ଯିବା ବେଳେ ହଠାତ ପାଇଖାନା ଉପରକୁ ଉଠି ପାଇପ ସାହାଯ୍ୟ ରେ ଜେଲ ପାଚେରୀ ଡେଇଁ ଫେରାର ଉଦ୍ୟମ କରିଥିଲେ। ତେବେ ଜେଲ ର ସୁରକ୍ଷାକର୍ମୀ ସୂଚନା ପାଇ ଅକ୍ଷୟଙ୍କୁ ଗୋଡ଼ାଇଥିଲେ। ଜେଲ ନିକଟରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ସୁଭଦ୍ରା ଲୁଗା ଦୋକାନ ସମ୍ମୁଖରେ ଥିବା ଅଟୋ ଭିତରେ ସେ ଲୁଚି ଯାଇଥିଲେ। ଲୁଗା ଦୋକାନୀ କର୍ମଚାରୀ ଓ ଜେଲ କର୍ମଚାରୀ ମାନେ ମିଶି ଖସି ଯାଇଥିବା ବନ୍ଦୀ କୁ ଧରିଥିଲେ। ଅକ୍ଷୟ ମଲ୍ଲିକକୁ କାବୁ କରି ପୁଣି ଜେଲକୁ ନିଆଯାଇଛି।