Odia News Portal

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ, ଫସି ରହିଲା ଆମ୍ଵୁଲାନ୍ସ

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ। ଫସି ରହିଲା ଆମ୍ଵୁଲାନ୍ସ। ଜୟଦେବ ବିହାର ନିକଟରେ ଆଗକୁ ଯାଇପାରିଲାନି ଆମ୍ବୁଲାନ୍ସ। ଶେଷରେ ରାସ୍ତା ନଛାଡିବାରୁ ଫେରିଗଲା ଆମ୍ବୁଲାନ୍ସ ।

ସୂଚନା ଅନୁଯାୟୀ, ସୋମବାରଠୁ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ୍ ବୃହତ୍ତ ଭାବେ କର୍ମଚାରୀ, କୃଷକ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏସବୁ ବିରୋଧରେ ବନ୍ଦ ଡାକରା ଦିଆ ଯାଇଥିବା କହିଛି ଟ୍ରେଡ୍ ୟୁନିଅନ୍ । ଆନ୍ଦୋଳନକୁ ବ୍ୟାଙ୍କ, ବୀମା, ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି । ତେବେ ଏହି ବନ୍ଦର ପ୍ରଭାବ ମଧ୍ୟ ଓଡିଶାରେ ଦେଖିବାକୁ ମିଳିଛି । ରାସ୍ତାରେ ବ୍ୟାନର ଧରି ପିକେଟିଂ କରୁଛନ୍ତି ଆନ୍ଦୋଳନକାରୀ ।