Odia News Portal

ରାଜଧାନୀର ଏକ ନମ୍ବର ହାଟ ସ୍ଥାନାନ୍ତର

ରାଜଧାନୀ ଭୁବନେଶ୍ୱରରେ ପୁଣି ହାଟ ସ୍ଥାନାନ୍ତର। କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟର ସ୍ଥାନାନ୍ତରୀକରଣ କରାଯାଇଛି। । ୟୁନିଟ୍-୧ର ଗହଳିପୂର୍ଣ୍ଣ ହାଟକୁ ପୁଣି ୟୁନିଟ୍-୧ ହାଇସ୍କୁଲ୍ ପଡିଆକୁ ସ୍ଥାନାନ୍ତର କରାଯାଇଛି । ସାମାଜିକ ଦୂରତ୍ୱ ସହ ଦୋକାନୀ ଓ ଗ୍ରାହକ ଉଭୟ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ।
ଭୁବନେଶ୍ୱରରେ କୋଭିଡ୍ ସଂକ୍ରମଣରେ ବ୍ରେକ୍ ଦେବାକୁ ବିଏମ୍ସି ନେଇଛି ଏହି କଡ଼ା ଆଭିମୁଖ୍ୟ । ଅଧିକ ଜନଗହଳି ସ୍ଥାନରେ ଭିଡ଼ କମାଇବାକୁ ହାଟ ଓ ବଜାରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛି ବିଏମ୍ସି । ୪ ନମ୍ବର ମାଛ ମାର୍କେଟ ଓ ୧ ନମ୍ବର ପରିବା ହାଟର ଠିକଣା ବଦଳିଛି । ଆଗଭଳି ଆଉ ହାଟ ଭିତରେ ମାର୍କେଟ ନ ବସି ରାସ୍ତା କଡକୁ ଉଠି ଆସିଛନ୍ତି ବ୍ୟବସାୟୀ। ନିୟମରେ ଖିଲାପ କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ।
କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଯେଉଁ ସ୍ଥାନଗୁଡିକ ଉପଯୁକ୍ତ ସେହି ସ୍ଥାନଗୁଡିକୁ ହାଟକୁ ସ୍ଥାନାନ୍ତରିତ କରାଯାଇଛି। ବିଏମସିର ଜୋନାଲ ଡେପୁଟି କମିଶନର, ମାର୍କେଟ ଆସୋସିଏସନ କର୍ମକତା ଓ ଲୋକୋଲ ପୋଲିସଙ୍କ ସହ ଆଲୋଚନା କରି ଚିହ୍ନଟ କରିଯାଇଛି। ଏହି ସମୟରେ କୋଭିଡ ସମସ୍ତ ନିୟମକୁ ବ୍ୟବସାୟୀ ଓ ଗ୍ରାହକ ଅନୁପାଳନ କରିବେ। ହାଟର ଵିକେନ୍ଦ୍ରୀକରଣ ସମୟରେ ଲୋକାଲ ପୋଲିସକୁ ବିଏମ୍ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ ସାହାଯ୍ୟ କରୁଛନ୍ତି ।