Odia News Portal

ଆଜିଠୁ ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ

ଆଜି ଏବଂ ଆସନ୍ତକାଲି ବିଜୁ ଛାତ୍ର ଏବଂ ଯୁବ ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିଷଣ ଶିବିର ପୁରୀରେ ଅନୁଷ୍ଠିତ ହେବ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଶିକ୍ଷଣରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ସଭାପତି, ସଂପାଦକ, କର୍ମକର୍ତ୍ତାଙ୍କ ସହ ରାଜ୍ୟର ୩୧୪ ବ୍ଲକ୍‌, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସଭାପତି, କାର୍ଯ୍ୟକର୍ତ୍ତା ଯୋଗଦେବେ । ରାଜ୍ୟର ବହୁ ମନ୍ତ୍ରୀ, ନେତାମାନେ ଯୋଗଦେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ । ୨୬ ତାରିଖ ସଂଧ୍ୟାରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ହୋଟେଲ ହଲିଡେ ରିଟର୍ସଠାରେ ଆଜି ଏକ ସାମ୍ବାଦିକ ସମ୍ମିଳୀନରେ ସୂଚନା ଦେଇ ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ କହିଛନ୍ତି ଯେ ଅକ୍ଟୋବର ୨୬ ଓ ୨୭, ଦୁଇଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ୨୬ ତାରିଖରେ ବିଜୁ ଯୁବ ଜନତା ଦଳର ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ରାଜ୍ୟର ରାଜ୍ୟସ୍ତରୀୟ ଯୁବ ନେତାଙ୍କ ସହ ୩୧୪ ବ୍ଲକ୍‌ର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଯୋଗଦେବ‌େ ।

ଏଥିରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ବଡମ୍ବା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ବି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।